ବର୍ଷା ବିଗାଡ଼ିବ ପୂଜାର ମଜା, ଷଷ୍ଠୀରୁ ଦଶମୀ ବର୍ଷା

Advertisment

ନବମୀ ଓ ଦଶମୀ ଅଧିକ ବର୍ଷିବ, ୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ

ନବମୀ ଓ ଦଶମୀ ଅଧିକ ବର୍ଷିବ, ୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ

୫ରେ ଲଘୁଚାପ, ଓଡ଼ିଶା ଉପରେ ନାହିଁ ପ୍ରଭାବ

Skymet Weather

ଭୁବନେଶ୍ବର :୨ ବର୍ଷ ପରେ ଧୁମ୍‌ଧାମ୍‌ରେ ପାଳିତ ହେବାକୁ ଯାଉଥିବା ଦୁର୍ଗାପୂଜା ମଉଜରେ ଅନ୍ତରାୟ ହେବ ବର୍ଷା। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅର୍ଥାତ୍ ପୂଜା ମଜା ଫିକା ପଡ଼ିବ। ଆସନ୍ତାକାଲି ଷଷ୍ଠୀରୁ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ମହାସପ୍ତମୀରେ ସାରା ଉପକୂଳ ବର୍ଷାରେ ଭିଜିବ। ମହାଷ୍ଟମୀରେ ସମ୍ପୂର୍ଣ୍ଣ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମହାନବମୀ ଓ ଦଶମୀ ରାଜ୍ୟରେ ଅଧିକ ବର୍ଷିବ ବୋଲି ପୂର୍ବାନୁମାନ କରାଯାଇଛି।

publive-image Image Courtesy of News 18

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର ୩ ସୁଦ୍ଧା ଲଘୁଚାପରେ ପରିଣତ ହେବ। ଆନ୍ଧ୍ର ଉପକୂଳରେ କ୍ରମଶଃ ନିକଟତର ହୋଇ ୬ତାରିଖରେ ଆନ୍ଧ୍ରପ୍ରଦେଶ ଦେଇ ଉତ୍ତର-ପଶ୍ଚିମ ଦିଗରେ ଗୁଜୁରାଟ ଆଡ଼କୁ ଗତି କରିବ। ଏହା ପ୍ରଭାବରେ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ହାଲୁକାରୁ ସ୍ବଳ୍ପ (୫ରୁ ୨୦ ମିମି) ବର୍ଷା ହେବ। ୩ ତାରିଖରେ ବର୍ଷା ବଢ଼ିବ। ୪ ଓ ୬ ତାରିଖ ପର୍ଯ୍ୟନ୍ତ ଉପକୂଳରେ ଗଞ୍ଜାମରୁ ବାଲେଶ୍ବରରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ସ୍ବଳ୍ପ ଓ ବାକି ଆଭ୍ୟନ୍ତରରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ମହାନବମୀ ଓ ଦଶମୀରେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ପୁରୀ, ପାରାଦୀପ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ବାରିପଦାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ୭ ଓ ୮ ତାରିଖରେ ବିକ୍ଷିପ୍ତ ବର୍ଷା ଓ କୁମାର ପୂର୍ଣ୍ଣିମାରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ।

ଅକ୍ଟୋବର ୮ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପରେ ପରେ ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଫଳରେ ଅକ୍ଟୋବର ଦ୍ବିତୀୟ ସପ୍ତାହରେ ୧୨ରୁ ୧୬ ତାରିଖ ଭିତରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଯିବ। ଉପକୂଳରେ ଅପେକ୍ଷାକୃତ ଅଧିକ ବର୍ଷିବାର ସମ୍ଭାବନା ରହିଛି। ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟାର ସ୍ବାଭାବିକ ସମୟ ଅକ୍ଟୋବର ୧୫ରୁ ବିଳମ୍ବ ହେବ। ଅକ୍ଟୋବର ପ୍ରଥମାର୍ଦ୍ଧରେ ଉପକୂଳରେ ପ୍ରାୟ ୬୦% ଅଧିକ ବର୍ଷା ସମ୍ଭାବନା ରହିଛି। ପୂର୍ବ ରାଜସ୍ଥାନରୁ ଏଯାଏ ମୌସୁମୀ ଫେରିନାହିଁ। ସମ୍ଭବତଃ ସେଠାରୁ ମୌସୁମୀ ଫେରିବାକୁ ଆଉ ସପ୍ତାହେ ଅଧିକ ଲାଗିବ। ଏଣୁ ରାଜ୍ୟରୁ ବି ମୌସୁମୀ ବିଳମ୍ବରେ ଫେରିବାର ସମ୍ଭାବନା ଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe