ବର୍ଷା ଆଣିପାରେ ବଡ଼ ବନ୍ୟା : ମହାନଦୀ ଉପରମୁଣ୍ଡରେ ଅତିପ୍ରବଳ ବର୍ଷା ସମ୍ଭାବନା, ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

Advertisment

ପଦକ୍ଷେପ ନେବାକୁ ସରକାରଙ୍କୁ ପରାମର୍ଶ

ପଦକ୍ଷେପ ନେବାକୁ ସରକାରଙ୍କୁ ପରାମର୍ଶ

ବର୍ଷା ଆଣିପାରେ ବଡ଼ ବନ୍ୟା : ମହାନଦୀ ଉପରମୁଣ୍ଡରେ ଅତିପ୍ରବଳ ବର୍ଷା ସମ୍ଭାବନା, ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

hindustantimes.com

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ। ଶନିବାର ରାତିରୁ ରାଜ୍ୟର ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇ ଜୁଲାଇ ୩ ତାରିଖ ଯାଏ ଲାଗିରହିବ। ପ୍ରଭାବରେ ୪ ଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ବାଦଲ ଫଟା ବର୍ଷା ବି ହୋଇପାରେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜୁଲାଇ ୧ରେ ଓଡ଼ିଶା ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ପରିସ୍ଥିତି ମୁକାବିଲା ଲାଗି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଏଥିସହ ଜୁନ୍‌ ୩୦, ଜୁଲାଇ ୨ ଓ ୩ ତାରିଖ ଲାଗି ଅରେଞ୍ଜ ଅଲର୍ଟ ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୩୦ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ୪୮ ଘଣ୍ଟା ପରେ ଗଭୀର ଅବପାତ ରୂପ ନେଇ ଓଡ଼ିଶା ଅତିକ୍ରମ କରିବ। ପ୍ରଭାବରେ ଓଡ଼ିଶାର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେବେ ବର୍ଷାର ପ୍ରଭାବ କେବଳ ଓଡ଼ିଶା ଉପରେ ରହିବ ତାହା ନୁହେଁ। ଜୁଲାଇ ୨ରୁ ଛତିଶଗଡ଼ରେ ବି ଅତିପ୍ରବଳ ବର୍ଷା ଆରମ୍ଭ ହେବ। ତାହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ଲାଗି ମଧ୍ୟ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ମଦାନଦୀ ଉପରମୁଣ୍ଡରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ଓଡ଼ିଶାରେ ବନ୍ୟା ଆଶଙ୍କାକୁ ଟାଳିଦେଇ ହେବ ନାହିଁ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବି ଅନୁରୂପ ଆକଳନ କରିଛି। କୁହାଯାଇଛି ଯେ ଜୁଲାଇ ୧ ରୁ ମହାନଦୀ ଉପରମୁଣ୍ଡ ଯେପରିକି ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ମହାଦନୀର ତଳମୁଣ୍ଡରେ ମଧ୍ୟ ୪୮ ଘଣ୍ଟା ଧରି ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ୨୦୦ରୁ ୨୫୦ ମିମି ବର୍ଷା ହୋଇପାରେ। ବଡ଼ ବର୍ଷା ପୂର୍ବରୁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦରେ ସର୍ବାଧିକ ୪୩.୫ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୩୨, ସୋନପୁରରେ ୨୮.୮ ମିମି ବର୍ଷା ହୋଇଛି। କଟକ, ପୁରୀ, ଖୋର୍ଧାରେ ବି କୋହଲା ପାଗ ସହ ବର୍ଷା ଲାଗିରହିଛି।

ଲଘୁଚାପ ପ୍ରଭାବରେ ଜୁନ୍‌ ୩୦ରୁ ଜୁଲାଇ ୨ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ସମୁଦ୍ର ଅଶାନ୍ତ ରହିବ। ତେଣୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ଶନିବାର ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ମୌସୁମୀକୁ ସକ୍ରିୟ କରିବ। ଧୀରେ ଧୀରେ ଏହା ଅବପା‌ତର ରୂପ ନେଇ ପଶ୍ଚିମ ଆଡ଼କୁ ଗତି କରିବ। ୩ ତାରିଖ ବେଳକୁ ଓଡ଼ିଶା ଅତିକ୍ରମ କରିବା ସହ ଛତିଶଗଡ଼ରେ ଅତିପ୍ରବଳ ବର୍ଷା କରାଇବ। ଶନିବାରଠାରୁ ଓଡ଼ିଶା ଆକାଶ ମେଘାଚ୍ଛନ୍ନ ରହିବ। ୨୯ ଓ ୩୦ ତାରିଖରେ ଦକ୍ଷିଣ ଓଡ଼ିଶାରେ କମ୍‌ ବର୍ଷା ହେବ। ତେବେ ଜୁଲାଇ ୧ରୁ ୩ ତାରିଖ ଯାଏ ଅତିପ୍ରବଳ ବର୍ଷା ହେବ। ଜୁଲାଇ ମାସରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଯେତିକି ବର୍ଷା ହେବା କଥା ଏହି ସମୟ ମଧ୍ୟରେ ତାହାର ଅଧା ବର୍ଷା ହୋଇଯିବ। ଜୁଲାଇ ଦ୍ବିତୀୟ ସପ୍ତାହ ଯାଏ ଓଡ଼ିଶାରେ ମୌସୁମୀ ପ୍ରଭାବ ରହିବ। ଯାହାକି ଚାଷ ପାଇଁ ଉପଯୋଗୀ ହେବ। ଚାଷୀମାନେ ତଳି ରୁଆ ଆରମ୍ଭ କରିବାକୁ ସେ ପରାମର୍ଶ ‌ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe