Heavy rain: Roads flooded, mud houses collapsed Photograph: (sambad.in)
ପଦ୍ମପୁର: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପହଙ୍ଗା ଦେଇ ପର୍ଜନପୁରକୁ ଯାଉଥିବା ରାସ୍ତାର ଅରଡେଇପୋଲ ଉପରେ ବନ୍ୟାଜଳ ପ୍ରଭାବରେ ମାଟି ଧୋଇ ଯିବା ସହିତ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ବିପଦ ସଂଙ୍କୁଳ ଅବସ୍ଥାରେ ଲୋକେ ଯାତାୟତ କରିବାକୁ ସୁରକ୍ଷିତ ମଣୁ ନାହାନ୍ତି।
ଏହି ରାସ୍ତାକୁ ୪ଟି ପଞ୍ଚାୟତର ଜନସାଧାରଣ ବ୍ୟବହାର କରୁଛନ୍ତି। ସ୍କୁଲ କଲେଜ ସମେତ ମେଡିକାଲ ପର୍ଜନପୁର ଷ୍ଟେସନକୁ ଯିବା ଆସିବାରେ ଏବେ ବାଧା ଉପୁଜିଛି। ତୁରନ୍ତ ରାସ୍ତାମରାମତି କରାଯିବାକୁ ପଳାସପଙ୍ଗା ସରପଞ୍ଚ ବାସନ୍ତୀ ନାଏକ,କଣ୍ତରାପୋଶି ସରପଞ୍ଚ ସାବିତ୍ରୀ ନାଏକ ଦାବି କରିଛନ୍ତି।
ସେହିପରି କେନ୍ଦୁଝର ସଦର ବ୍ଲକ ପଳାସପଙ୍ଗା ଗାଁର ମୁଣ୍ତାସାହିରେ ଲଗାଣ ବର୍ଷା ପ୍ରଭାବରେ ଅନିତା ମୁଣ୍ତା ଓ ଭିକାରି ପ୍ରଧାନଙ୍କ ମାଟି ଘର ଭାଙ୍ଗି ଯାଇଛି। ପରିବାର ସଦସ୍ୟ ଏବେ ରହିବାକୁ ସମସ୍ୟାରେ ପଡିଛନ୍ତି।
ତେବେ ଏହି ସାହି ପାର୍ଶ୍ବରେ ପଳାସପଙ୍ଗା ଓ ହାଣ୍ତିଭଙ୍ଗା ପଞ୍ଚାୟତ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଅଛି। ଏଠାରେ ପୂର୍ବରୁ ଏକ ଛୋଟ ପୋଲ ନିର୍ମାଣ ହୋଇଥିଲା।
ଅଧିକ ପଢ଼ନ୍ତୁ: ଭୂକମ୍ପ ଓ ସୁନାମିର ଭୟ! କ'ଣ ସତରେ ହେବ କି ବିନାଶ ? ଜାପାନୀ ବାବାଙ୍କ ଭୟଙ୍କର ଭବିଷ୍ୟବାଣୀ...
ରାସ୍ତା ମରାମତି ବେଳେ ଠିକାଦାର ଓ ଯନ୍ତ୍ରୀ ଏହାକୁ ଦୃଷ୍ଟି ନଦେଇ ପୁରୁଣା ପାଇପ୍କୁ ବନ୍ଦ କରିଦେଇଛନ୍ତି। ଫଳରେ ଗାଁରେ ବର୍ଷାଜଳ ନିଷ୍କାସନ ହୋଇ ପାରୁନି।
ବସବାସ କରୁଥିବା ପରିବାର ଲୋକେ ଜଳବନ୍ଦୀରେ ରହୁଛନ୍ତି। ଜିଲ୍ଲା ପ୍ରଶାସନ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇଦେବା ସହ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି।
ଅଧିକ ପଢ଼ନ୍ତୁ: ରଏଟର୍ସର ଏକ୍ସ ହାଣ୍ଡଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇନୁ : ଭାରତ ସରକାର
Keonjhar
Follow Us