Heavy rain: Waterlogging in many areas Photograph: (sambad.in)
ସୁନ୍ଦରଗଡ଼/ଭଦ୍ରକ: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଜଳ ନିଷ୍କାସନ ବ୍ୟବସ୍ଥା ଭଲ ନଥିବାରୁ ବର୍ଷା ଜଳ ତଳିଆ ଅଞ୍ଚଳରେ ଜମି ରହୁଛି। ଫଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବାରେ ଲାଗିଛି।
ଲଗାଣ ବର୍ଷାରେ ସୁନ୍ଦରଗଡ଼ ସହର ବେହାଲ୍ ହୋଇଛି। ପ୍ରବଳ ବର୍ଷା ଫଳରେ ସହରର ଅରଣ୍ୟନଗର, ରଙ୍ଗାଢ଼ିପା, ରାଣୀବଗିଚା, ଡେଙ୍ଗିଭାଡି ଆଦି ଅଞ୍ଚଳରେ ପାଣି ଭରି ଯାଇଛି। ସେସବୁ ଅଞ୍ଚଳରେ ଲୋକେ ପାଣି ଘେରରେ ରହିଛନ୍ତି । ଗତ ୩ ରୁ ୪ ଦିନ ହେବ ଲଗାଣ ବର୍ଷା ଲାଗି ରହିବା ଫଳରେ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି ।
ଅଧିକ ପଢ଼ନ୍ତୁ: ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ନୋହିଲା: ମର୍ମନ୍ତୁଦ ଦୁର୍ଘଟଣାରେ ପୁଅ-ବୋହୂଙ୍କ ଜୀବନ ଗଲା
ଅନେକ ଘରେ ପାଣି ପଶିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ଅନେକ ଅଞ୍ଚଳରେ ଏବେ ଯାଏଁ ମଧ୍ୟ ଡ୍ରେନ ବ୍ୟବସ୍ଥା ନଥିବା ଯୋଗୁ ବର୍ଷା ପାଣି ବାହାରି ପାରୁନାହିଁ ।
ଯାହା ଫଳରେ ଘରେ ବର୍ଷା ପାଣି ପଶିଛି । ଏପରି ବର୍ଷା ଲାଗି ରହିଲେ ଆଗକୁ ପରିସ୍ଥିତି ଆହୁରି ଖରାପ ହେବ ବୋଲି ସହରବାସୀ କହିଛନ୍ତି। ଜିଲ୍ଲାରେ ୬୩୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ସେହିପରି ଭଦ୍ରକର ସାଳନ୍ଦୀ ନଦୀରେ ବନ୍ୟା ଜଳ ଆସିଛି । ଏହା ଯୋଗୁ ଭଦ୍ରକ ସହରର ୪ ଟି ୱାର୍ଡ,୩ ଟି ବ୍ଲକ୍ର ଲୋକେ ଜଳବନ୍ଦୀ ଅଛନ୍ତି ।
ଅଧିକ ପଢ଼ନ୍ତୁ: ବଦଳିଲା ମୌସୁମୀ ଅଧିବେଶନ ତାରିଖ, ଜୁଲାଇ ୨୧ରୁ ଅଗଷ୍ଟ ୨୧ ଯାଏଁ ଚାଲିବ ସଂସଦ
: Odisha | Heavy Rain | Waterlogging
Follow Us