୧୬ କି.ମି ବେଗରେ ଆସୁଛି ବାତ୍ୟା ଫନି : ପୁରୀରୁ ୧୧୦ କିଲୋମିଟର ଦୂରରେ, ଜୋର୍‌ରେ ପବନ ବହିବା ସହ ବର୍ଷା ଜାରି

Advertisment
ଉତ୍ତର ଓଡ଼ିଶାରେ ଫନି: ମୟୂରଭଂଜରେ ପ୍ରବଳ ବର୍ଷା ଓ ପବନ, ୪୫,୦୦୦ ସ୍ଥାନାନ୍ତରିତ

youtube.com

ଭୁବନେଶ୍ୱର : କ୍ଷୀପ୍ର ଗତିରେ ମାଡି ଆସୁଛି ବାତ୍ୟା ଫନି । ସ୍ଥଳଭାଗ ଆଡକୁ ଯେତିକି ପାଖଉଛି, ଫନିର ଗତି ସେତିକି ବଢୁଛି । ପୁରୀ ଠାରୁ ମାତ୍ର ୧୧୦ କିଲୋମିଟର ଦୂରରେ ଥିବା ବାତ୍ୟା ଫନି ସକାଳ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ । ୧୬ କିଲୋମିଟର ବେଗରେ ପୁରୀ ଆଡକୁ ବାତ୍ୟା ଫନି ମାଡି ଆସୁଥିବା ବେଳେ ପ୍ରଚଣ୍ଡ ବେଗରେ ପବନ ବହିବା ମଧ୍ୟ ଆରମ୍ଭ ହୋଇଛି।ପୁରୀରେ ଘଣ୍ଟାପ୍ରତି ୯୦ କିଲୋମିଟର ବେଗରେ ପବନ ବହିବା ଆରମ୍ଭ କରିଛି। ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଜାରି ରହିଛି।

ସେହିଭଳି ଗୋପାଳପୁର ଠାରୁ ୬୫ କିଲୋମିଟର ଦୂରରେ ରହିଛି ବାତ୍ୟା ଫନି । ସକାଳ ୪ଟା ୩୦ ସୁଦ୍ଧା ଏଠାରେ ୧୦୫ କିଲୋମିଟର ବେଗରେ ପବନ ବହିବା ଆରମ୍ଭ ହୋଇଛି । ସମୁଦ୍ର ମଧ୍ୟରେ ଏହି ବାତ୍ୟାର ପ୍ରକୋପ ବଢି ଚାଲିଥିବା ବେଳେ ୧୯୦ କିଲୋମିଟର ବେଗରେ ପବନ ବହୁଛି । ତେଣୁ ଏହା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ପାଖାପାଖି ଘଣ୍ଟାପ୍ରତି ପ୍ରାୟ ୨୦୦ କିଲୋମିଟରରୁ ଅଧିକ ରହିପାରେ ।

ସ୍ଥଳଭାଗ ଆଡକୁ ଫନି ଯେତିକି ଜୋରରେ ମାଡି ଆସୁଛି ପବନ ଓ ବର୍ଷାର ପରିମାଣର ସେତିକି ଜୋରରେ ବଢିଚାଲିଛି । ସକାଳ ସାଢେ ୪ ସୁଦ୍ଧା ଗୋପାଳପୁରରେ ୧୪ ସେଣ୍ଟିମଟର ଓ ପୁରୀରେ ୯ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ତେଣୁ ବାତ୍ୟା ଫନି ସ୍ଥଳଭାଗ ଛୁଇଁବା ବେଳକୁ ପବନ ଓ ବର୍ଷାର ପରିମାଣ ଆହୁରି ବଢିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏପରିକି ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟରକୁ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe