ଗୁଳୁଗୁଳିରୁ ସାମନ୍ୟ ଆଶ୍ୱସ୍ତି, ଏହି ଜିଲ୍ଲାମାନଙ୍କରେ ଜାରି ରହିବ ବର୍ଷା

Advertisment
ଗୁଳୁଗୁଳିରୁ ସାମନ୍ୟ ଆଶ୍ୱସ୍ତି, ଏହି ଜିଲ୍ଲାମାନଙ୍କରେ ଜାରି ରହିବ ବର୍ଷା

ଭୁବନେଶ୍ୱର: ଗତ ଏକ ସପ୍ତାହ ହେବ ଲାଗି ରହିଥିବା ଗରମ ଓ ଗୁଳୁଗୁଳିରୁ ସାମନ୍ୟ ଆଶ୍ୱସ୍ତି ମିଳିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଗତକାଲି ରାତିରୁ ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଥିଲା। ରାଜଧାନୀରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇରହିଛି। ଆଜି ଅପରାହ୍ନରେ ବି ବର୍ଷା ଆରମ୍ଭ ହୋଇଥିଲା। ଯାତାୟାତରେ ଆସୁଥିବା ପରିଲକ୍ଷିତ ହୋଇଥିଲା ବେଳେ କେହି କେହି ଏହି ବର୍ଷାର ଭରପୂର ମଜା ଉଠାଇଥିଲେ। ସେହିପରି ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

publive-image

ତେବେରାଜ୍ୟରସୁନ୍ଦରଗଡ଼,ଝାରସୁଗୁଡା,ସମ୍ବଲପୁର,ବରଗଡ଼,ବଲାଙ୍ଗୀର,ସୋନପୁର,ବୌଦ୍ଧ,ଦେଓଗଡ଼,ଅନୁଗୁଳ,କନ୍ଧମାଳ,ନୟାଗଡ଼,ଗଞ୍ଜାମ,ରାୟଗଡ଼ା,ନବରଙ୍ଗପୁର,କୋରାପୁଟ,ଗଜପତି,କେଉଁଝର,ମୟୂରଭଞ୍ଜ,ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା,ଜଗତସିଂହପୁର,କଟକ,ଯାଜପୁର ଓ ଢ଼େଙ୍କାନାଳ ଆଦି ଜିଲ୍ଲାମାନଙ୍କରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୋମବାର ଆଞ୍ଚଳିକ ପାଣିପାଗ ପକ୍ଷରୁ ପ୍ରକାଶ। ଏହି ସମୟରେ ୫୦ରୁ ୬୦କିମି ବେଗରେ ପବନ ମଧ୍ୟ ବହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe