ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ, ଦକ୍ଷିଣ ଓଡ଼ିଶା କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମଙ୍ଗଳବାର ଏହି ସୂଚନା ମିଳିଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଆକାଶ ମେଘାଚ୍ଛନ୍ନ ରହିବ ବୋଲି ପାଣିପାଗ କାର୍ଯ୍ୟଳୟ ଆକଳନ କରିଛି। ସୂଚନା ଅନୁସାରେ ବୁଧବାର ଭୁବନେଶ୍ୱରର ତାପମାତ୍ରା ୨୫ରୁ ୩୫ ଡିଗ୍ରୀ ମଧ୍ୟରେ ରହିବ ବୋଲି ଜଣାପଡ଼ିଛି।
୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
Advertisment
Follow Us