ଓଡ଼ିଶା ଅତିକ୍ରମ କରୁଛି ‘ତିତ୍‌ଲି’ : ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

Advertisment
ଓଡ଼ିଶା ଅତିକ୍ରମ କରୁଛି ‘ତିତ୍‌ଲି’ : ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ‘ତିତ୍‌ଲି’ ଓଡ଼ିଶା ଅତିକ୍ରମ କରୁଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ତିତ୍‌ଲି ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲା ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ଭଦ୍ରକ ଓ ବାଲେଶ୍ୱର ସାମିଲ ରହିଛି।

publive-image

ତେବେ ତିତ୍‌ଲି ପ୍ରଭାବରେ ପୂର୍ବରୁ ଗଜପତି, ଗଞ୍ଜାମ ଓ ରାୟଗଡ଼ାରେ ବର୍ଷା ଜାରି ରହିଥିବା ବେଳେ ୪୦୦ରୁ ଊର୍ଧ୍ୱ ଗଛ ଭାଙ୍ଗି ପଡ଼ିଛି। ସେହିପରି ବିଦ୍ୟୁତ ଖୁଣ୍ଟି ବି ଉପୁଡ଼ି ପଡ଼ିଛି। ଫଳରେ ବଦ୍ୟୁତ ସରବରାହରେ ବାଧା ସୃଷ୍ଟି ହୋଇଛି। ତେଣୁ ପାଣିପାଗ କେନ୍ଦ୍ର ଉପରୋକ୍ତ ଜିଲ୍ଲାଗୁଡ଼ିକ ବର୍ଷା ସମୟରେ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦେବା ସହିତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe