ଅବପାତର ରୂପ ନେଲା ଲଘୁଚାପ: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

Advertisment
ଅବପାତର ରୂପ ନେଲା ଲଘୁଚାପ: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା େଓ୍ଵଲମାର୍କ ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଆଗାମୀ ୪୮ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ଲାଗି ରହିବ। ତେବେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ବ୍ୟତୀତ ପ୍ରାୟ ସବୁ ସହରରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

publive-image

ଏହି ସବୁ ଅଞ୍ଚଳରେ ବର୍ଷା ସହ ୫୦ରୁ ୬୦କିମି ବେଗରେ ପବନ ବହିବା ସହିତ ଉତ୍ତର ଓଡ଼ିଶା ସମେତ ୮ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଶନିବାର ପୂର୍ବାନୁମାନ କରିଛି। ଏହି ଜିଲ୍ଲାମାନଙ୍କ ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼ ଓ ସମ୍ବଲପୁର ରହିଛି। ବର୍ଷା, ପବନ, ବିଜୁଳି ଓ ଘଡ଼ଘଡ଼ି ମାରୁଥିବା ସମୟରେ ଯଦି ଘରୁ ବାହାରିବା ଆବଶ୍ୟକ ପଡେ ତେବେ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ରାଜ୍ୟର ସମସ୍ତ ବନ୍ଦରରେ ତିନି ନମ୍ବର ବିପଦ ସଙ୍କେତ ଦିଆଯାଇଥିବା ବେଳେ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe