କାମୁକ ପିଉସାର ଜଘନ୍ୟ କାଣ୍ଡ

Advertisment

କାମୁକ ପିଉସା ଜଘନ୍ୟ କାଣ୍ଡ ଭିଆଇଛି। ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ୧୫ ବର୍ଷର ନାବାଳିକା ଝିଆରୀକୁ ଦୁଷ୍କର୍ମ କରି ଗର୍ଭବତୀ କରିଛି କାମୁକ ପିଉସା। ନିଜ ମୋବାଇଲରେ ଝିଆରୀର ଗାଧୋଇବା ବେଳର ଭିଡିଓ ଉଠାଇ ବ୍ଲାକମେଲିଂ କରି ୬ ମାସ ଧରି ଦୁଷ୍କର୍ମ କରିଆସୁଥିଲା...

କାମୁକ ପିଉସା ଜଘନ୍ୟ କାଣ୍ଡ ଭିଆଇଛି। ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ୧୫ ବର୍ଷର ନାବାଳିକା ଝିଆରୀକୁ ଦୁଷ୍କର୍ମ କରି ଗର୍ଭବତୀ କରିଛି କାମୁକ ପିଉସା। ନିଜ ମୋବାଇଲରେ ଝିଆରୀର ଗାଧୋଇବା ବେଳର ଭିଡିଓ ଉଠାଇ ବ୍ଲାକମେଲିଂ କରି ୬ ମାସ ଧରି ଦୁଷ୍କର୍ମ କରିଆସୁଥିଲା...

heinous crime of Kamuk Peusa

heinous crime of Kamuk Peusa

ବାରିପଦା: କାମୁକ ପିଉସା ଜଘନ୍ୟ କାଣ୍ଡ ଭିଆଇଛି। ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ୧୫ ବର୍ଷର ନାବାଳିକା ଝିଆରୀକୁ ଦୁଷ୍କର୍ମ କରି ଗର୍ଭବତୀ କରିଛି କାମୁକ ପିଉସା। ନିଜ ମୋବାଇଲରେ ଝିଆରୀର ଗାଧୋଇବା ବେଳର ଭିଡିଓ ଉଠାଇ ବ୍ଲାକମେଲିଂ କରି ୬ ମାସ ଧରି ଦୁଷ୍କର୍ମ କରିଆସୁଥିଲା ।

ଏଭଳି ଘଟଣା ବାରିପଦା ଟାଉନ ଥାନା ଅଞ୍ଚଳରେ ଘଟିଛି । ପୀଡିତାଙ୍କର ଲିଖିତ ଅଭିଯୋଗ କ୍ରମେ ଘଟଣାରେ ପୋସ୍କୋ ଆକ୍ଟରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତ ପିଉସାଙ୍କୁ ଗିରଫ କରାଯାଇ ବାରିପଦା ଟାଉନ ଥାନା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଅଭିଯୋଗ ମୁତାବକ ଅଭିଯୁକ୍ତ ପିଉସା ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍ ଅଞ୍ଚଳର ଗଣେଶ ମହାକୁଡ଼। ଗଣେଶ ପୀଡ଼ିତାଙ୍କ ପିଉସୀଙ୍କୁ ବିବାହ କରିବାର କିଛି ଦିନ ପରେ ନିଜ ଘର ଦ୍ୱାର ଛାଡି ବାରିପଦା ସହରରେ ଶ୍ୱଶୁର ଘରେ ଘର ଜ୍ବାଇଁ ହୋଇ ରହୁଥିଲା। ନାବାଳିକା ଓ ଗଣେଶ ଙ୍କର ଶ୍ୱଶୁର ଘର ପାଖାପାଖି ହୋଇଥିବାରୁ ଉଭୟ ପରିବାରଙ୍କ ମଧ୍ୟରେ ଯିବା ଆସିବା ଲାଗି ରହିଥିଲା। ଏହାରି ମଧ୍ୟରେ ପୀଡିତା ଅର୍ଥାତ୍ ନାବାଳିକା ଝିଆରୀ ଉପରେ ଗଣେଶ ମହାକୁଡ଼ଙ୍କର ଖରାପ ନଜର ରହିଥିଲା।

ତେଣୁ ସେ ନାବାଳିକା ଜଣଙ୍କର ଗାଧୋଇବା ବେଳର କିଛି ଭିଡିଓ ନିଜ ମୋବାଇଲରେ ଉତ୍ତୋଳନ କରି ତାଙ୍କୁ ଏହି ଭିଡିଓ ଦେଖାଇ ବ୍ଲାକମେଲିଂ କରିବା ଆରମ୍ଭ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ। କଥାରେ ରାଜି ନହେଲେ ଭିଡିଓ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଆସୁଥିଲା ଲମ୍ପଟ ପିଉସା।

ଅଧିକ ପଢ଼ନ୍ତୁ: କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ: ରାଜଧାନୀ ରାସ୍ତା ଜାମ୍

ଏଭଳି ଧମକ ଚମକ ଦେଇ ଅଭିଯୁକ୍ତ ଜଣଙ୍କ ଗତ ଅକ୍ଟୋବର ମାସରୁ ଆଜକୁ ୬ ମାସ ଧରି ତାଙ୍କୁ ଦୁଷ୍କର୍ମ ପରେ ଦୁଷ୍କର୍ମ କରିଆସୁଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ଆଉ ଏବେ ସେ ୨-୩ ମାସର ଗର୍ଭବତୀ ହେବା ଜାଣିବା ପରେ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ଜାଣିବା ପରେ ଅଭିଯୁକ୍ତ ପୁଲିସ ଭୟରେ ଘର ଛାଡ଼ି ପଳାଉଥିବାବେଳେ ତାଙ୍କୁ ବାରିପଦା ଟାଉନ ପୁଲିସ ଗୋଡାଇ ଗୋଡାଇ ଧରିଛି।

ଅଧିକ ପଢ଼ନ୍ତୁ: ଡ୍ରାଇଭର୍‌ଙ୍କ ସୁବିଧା ପାଇଁ ଓଲା-ଉବେର ପରି ଏବେ ଆସିବ ସରକାର ଗାଡ଼ି ସହକାର-ଟ୍ୟାକ୍ସି

Mayurbhanj | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe