ମଲଟିସ୍ବେଶାଲିଷ୍ଟ ସ୍ବାସ୍ଥ୍ୟ ଶିବିର ଆୟୋଜିତ, ୬୪୬ ଜଣ ରୋଗୀ ଚିକିତ୍ସିତ

Advertisment
ମଲଟିସ୍ବେଶାଲିଷ୍ଟ ସ୍ବାସ୍ଥ୍ୟ ଶିବିର ଆୟୋଜିତ, ୬୪୬ ଜଣ ରୋଗୀ ଚିକିତ୍ସିତ

ରାୟଗଡ଼ା: ଗୋଷ୍ଠୀ କଲ୍ୟାଣ ନିମନ୍ତେ ତାହାର ପ୍ରତିବଦ୍ଧତାର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍‌ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନି ଉତ୍କଳ ଆଲୁମିନା ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ଭଲ୍ୟୁଣ୍ଟାରି ଅର୍ଗାନାଇଜେସନ୍‍ ସହଯୋଗିତାରେ ଏକ ମଲ୍ଟି ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ ହୋଇଯାଇଛି। ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିଶେଷଜ୍ଞ ଟିମ୍‍ ନିକଟରୁ ସ୍ପେଶାଲିଟି ଡାକ୍ତରୀ ପରାମର୍ଶ ଯୋଗାଇଦେବା ଏହି ଶିବିର ଆୟୋଜନର ଲକ୍ଷ୍ୟ ଥିଲା। ଏହା ସେମାନଙ୍କର ବହୁବିଧ ସ୍ୱାସ୍ଥ୍ୟଗତ ଆବଶ୍ୟକତା ପ୍ରତି ଦୃଷ୍ଟିଦେବା ସହିତ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ଯତ୍ନକୁ ପ୍ରୋତ୍ସାହିତ କରିବ ଏବଂ ତାହାସହିତ ଏକ ସୁସ୍ଥ ଜୀବନଶୈଳୀକୁ ଆଗେଇନେବା ଦିଗରେ ସଚେତନତା ସ୍ତର ବୃଦ୍ଧି କରିବ।

ଚନ୍ଦ୍ରଗିରି ଗ୍ରାମ ପଞ୍ଚାୟତର ପାରିପାର୍ଶ୍ଵିକରେ ଥିବା ୩୨ଟି ଗ୍ରାମରୁ ମୋଟ ୬୪୬ ଜଣ ରୋଗୀ ଚକ୍ଷୁ, ସ୍ତ୍ରୀ ରୋଗ, ଚର୍ମ, ଶିଶୁ ରୋଗ ଓ ଭେଷଜ ଆଦି ବହୁ ବିଭାଗରେ ମଲ୍ଟିି ସ୍ପେଶାଲିଟି ସ୍ୱାସ୍ଥ୍ୟସେବାର ସୁଯୋଗ ଲାଭ କରିଥିଲେ।ତାହାସହିତ ସେମାନେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପାଞ୍ଚଜଣ ଅଭିଜ୍ଞ ସ୍ୱାସ୍ଥ୍ୟସେବା ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ସୁଯୋଗ ପାଇଥିଲେ।

ଏହି କାର୍ଯ୍ୟକ୍ରମରେ କାଶୀପୁର ଆଇଆଇସି ସୂର୍ଯ୍ୟ ପି.ନାୟକ, ନେତ୍ରାନନ୍ଦ ନାୟକ, ସୁନି ଲରୟ, ସରପଞ୍ଚ ଏବଂ ଗୋଷ୍ଠୀ ନେତୃବୃନ୍ଦ ଉପସ୍ଥିତ ଥିଲେ। ଡିଏଚ୍‍ ସିଏସ୍ଆେର ମାଇନ୍ସ ମନୋଦ ଦାସ ଏବଂ ତାଙ୍କର ସିଏସ୍ଆାର ଟିମ୍‍ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହିଭଳି ପ୍ରୟାସଗୁଡିକ ଜରିଆରେ ଉତ୍କଳ ଆଲୁମିନା ବ୍ୟକ୍ତିବିଶେଷ ଏବଂ ଗୋଷ୍ଠୀସମୂହ, ବିଶେଷକରି ନିୟମିତ ସ୍ୱାସ୍ଥ୍ୟସେବାର ସୁଯୋଗ ନେବା କ୍ଷେତ୍ରରେ ଚାଲେଞ୍ଜ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଲୋକଙ୍କର ସାମଗ୍ରିକ କଲ୍ୟାଣ ପ୍ରତି ଅବଦାନ ରଖିବାକୁ ପ୍ରୟାସ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe