ଧରାପଡ଼ିଲା ବ୍ରାଉନସୁଗାର ର‍୍ୟାକେଟ୍‌, ୪ ଗିରଫ

Advertisment
ଧରାପଡ଼ିଲା ବ୍ରାଉନସୁଗାର ର‍୍ୟାକେଟ୍‌, ୪ ଗିରଫ

ତାଳଚେର/ନାଲ୍‌କୋନଗର : ଶିଳ୍ପସମୃଦ୍ଧ ତାଳଚେର ଓ ଅନୁଗୁଳ ସହରାଞ୍ଚଳରେ କାୟା ବିସ୍ତାର କରି ଚାଲିଥିବା ଧଳାଜହର ବ୍ରାଉନସୁଗାର ବେପାରର ଚେର କଟକ, କେନ୍ଦ୍ରାପଡ଼ା ଦେଇ ବାଲେଶ୍ବର ଯାଏ ଲମ୍ବିଛି। ତାଳଚେର ପୁଲିସ ୪ ଜଣଙ୍କୁ ଆଜି ଗିରଫ କରିବା ପରେ ସେମାନଙ୍କ ଠାରୁ ଏହି ବେଆଇନ ନିଶାବେପାରର କଳାକୌଶଳ ସଂପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବାରେ ସକ୍ଷମ ହୋଇଛି। ସେମାନଙ୍କଠାରୁ ୧୪ ଗ୍ରାମ ବ୍ରାଉନ ସୁଗାର, ମୋବାଇଲ ଫୋନ, ଏଟିଏମ୍‌ କାର୍ଡ ଓ ବାଇକ୍‌ ପୁଲିସ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପର୍ଜଙ୍ଗ ଥାନା ଦଶିପୁର ଗାଁର ହେମାନନ୍ଦ ଓରଫ ବଳଭଦ୍ର ଦାସ, ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଦୀପେନ ଓରଫ ଆଲୋକ ଓରଫ ଅମୃତାଂଶୁ ଦାସ, ତାଳଚେର ଥାନା ଅନ୍ତର୍ଗତ ଟାଉନ ବୀରାଦରପଡ଼ାର ବାବୁ ଓରଫ ସନ୍ତୋଷ ସ୍ୱାଇଁ ଓ ନାଲକୋ ଥାନା କୁଲାଡ ଗାଁର ପ୍ରକାଶ ସେଠ। ବଳଭଦ୍ର କଲିୟରୀ ଥାନା ଅନ୍ତର୍ଗତ ଅନନ୍ତ କଲୋନି ସୁରକ୍ଷା କର୍ମୀ ବା‌ରାକରେ ରହୁଥିବାବେଳେ ଅମୃତାଂଶୁ ବୀରାଦରପଡାରେ ରହୁଥିଲା। ବଳଭଦ୍ର ଏହି ବ୍ରାଉନସୁଗାର କାରବାରର ମୁଖ୍ୟ କାରପଟଦାର। ସେ କଟକ, ବାଲେଶ୍ୱର ଓ କେନ୍ଦ୍ରପଡା ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ପ୍ରକାଶ ସେଠକୁ ଦେଉଥିଲା। ପ୍ରକାଶ ଏହାକୁ ତାଳଚେରର ସନ୍ତୋଷ ସ୍ୱାଇଁ ଓ ଅମୃତାଂଶୁ ଦାସ ଜରିଆରେ ତାଳଚେରର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe