ବାହାନଗା ରେଳ ଦୁର୍ଘଟଣା: ବିଏମସି ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର

ତଥ୍ୟ ଲୁଚାଉଛି ବିଏମ୍‌ସି: କେବେ ସୂଚନା ସାର୍ବଜନୀନ କରିବ?

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ନେଇ ବିଏମସି ପକ୍ଷରୁ ଜାରି ହୋଇଛି ହେଲ୍ପ ଲାଇନ୍ ନମ୍ବର। ୧୯୨୯ ନମ୍ବରକୁ କଲ କରି ମୃତଦେହ ବିଷୟରେ ଜାଣି ପାରିବେ ସମ୍ପର୍କୀୟ। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ।

publive-image

ସେ  କହିଛନ୍ତି, ବିଏମସି ୱେବସାଇଟରେ ମଧ୍ୟ ମୃତକଙ୍କ ଫଟୋ ଏବଂ ସମ୍ପୂର୍ଣ୍ଣ ବିବରଣୀ ଅପଲୋଡ କରାଯିବ। ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ଖୋଲାଯାଇଛି। ସେଠାରୁ ମଧ୍ୟ ମୃତକଙ୍କ ବିଷୟରେ ସୂଚନା ନେଇ ପାରିବେ ସମ୍ପର୍କୀୟ। ଏହାସହ ସମ୍ପର୍କୀୟ ଚାହିଁଲେ ଭୁବନେଶ୍ୱର ଠାରେ ଅନ୍ତିମ ସଂସ୍କାର କରିବା ବ୍ୟବସ୍ଥା କରାଯିବ । ଯଦି ଆବଶ୍ୟକ ପଡ଼େ ମୃତଦେହ ନିଜ ଅଞ୍ଚଳକୁ ନେବା ପାଇଁ ସହାୟତା ଯୋଗାଇ ଦିଆଯିବ। ଏମସ୍ ସମେତ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ୧୭୦ଟି ଶବ ସଂରକ୍ଷିତ କରି ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe