Advertisment

ଟ୍ରକ୍‌ ଭିତରୁ ହେଲ୍‌ପରଙ୍କ ଶବ ଉଦ୍ଧାର

Advertisment
ଟ୍ରକ୍‌ ଭିତରୁ ହେଲ୍‌ପରଙ୍କ ଶବ ଉଦ୍ଧାର

new indian express

ହରଭଙ୍ଗା/ପୁରୁଣାକଟକ : ହରଭଙ୍ଗା ବ୍ଲକ୍‌ ପୁରୁଣାକଟକସ୍ଥିତ ଏକ ରାଇସ ମିଲ୍‌କୁ ଚାଉଳ ନେବା ପାଇଁ ଆସିଥିବା ଏକ ଟ୍ରକ୍‌ ଭିତରୁ ଶନିବାର ଏହାର ହେଲ୍‌ପରଙ୍କ ଶବ ଉଦ୍ଧାର କରାଯାଇଛି। ମୃତକ ଜଣକ ଫୁଲବାଣୀ ଅମଲାପଡ଼ାର ସ୍ବର୍ଗତ ଅଭିରାମ ସ୍ୱାଇଁଙ୍କ ପୁଅଙ୍କ ପୁଅ ଅଶୋକ ସ୍ୱାଇଁ(୩୦ବର୍ଷ) ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଟ୍ରକ୍‌ (ଓଡି ୦୭ ଏଡି ୩୫୮୭) ବିଶାଖାପାଟଣାରୁ ସିମେଣ୍ଟ ନେଇ ଟିକାବାଲିରେ ଅନଲୋଡ଼ କରିଥିଲା। ସେଠାରୁ ପୁରୁଣାକଟକସ୍ଥିତ ଏକ ରାଇସ ମିଲରୁ ଚାଉଳ ନେଇ ବିଶାଖାପାଟଣା ଅଭିମୁଖେ ଯିବା ପାଇଁ ଶୁକ୍ରବାର ସକାଳ ୧୦ଟା ପୁରୁଣାକଟକ ପହଞ୍ଚିଥିଲା। ଫୁଲବାଣୀରେ ଡ୍ରାଇଭରଙ୍କ ଝିଅର ଦେହ ଅସୁସ୍ଥ ଥିବା ଖବର ପାଇ ସେ ହେଲ୍‌ପର ଅଶୋକଙ୍କୁ ଗାଡ଼ି ଦାୟିତ୍ୱ ଦେଇ ଘରକୁ ଯାଇଥିଲେ ଓ ଶନିବାର ସକାଳ ୧୦ଟାରେ ଫେରିଥିଲେ। ଟ୍ରକ୍‌ ଭିତରେ ଶୋଇଥିବା ଅଶୋକଙ୍କୁ ସେ କବାଟ ବାଡ଼େଇ ବାରମ୍ବାର ଡାକିବା ସତ୍ତ୍ୱେ ସେ ଉଠି ନଥିଲେ। ଶେଷରେ ସେ ପୁରୁଣାକଟକ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ଶବ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe