୧୩ ବର୍ଷର ବାଳକର ପେଟ ଫୁଲୁଛି

Advertisment

ପୁଅର ଚିକିତ୍ସା ପାଇଁ ବାପାର ଆକୁଳ ନିବେଦନ

ପୁଅର ଚିକିତ୍ସା ପାଇଁ ବାପାର ଆକୁଳ ନିବେଦନ

୧୩ ବର୍ଷର ବାଳକର ପେଟ ଫୁଲୁଛି

ଭୁବନେଶ୍ୱର : ଜନ୍ମ ହେଲା ବେଳେ ସୁସ୍ଥସବଳ ଥିଲା। ଘରେ ଖୁସିର ଲହରୀ ଖେଳିଯାଇଥିଲା। ହେଲେ ଗତ ଏପ୍ରିଲ ମାସରୁ ଯେମିତି ପୁଅ ଉପରେ ଡାହାଣୀର ନଜର ଲାଗିଗଲା। ଦିନକୁ ଦିନ ତା’ର ପେଟ ଫୁଲିବାକୁ ଲାଗୁଥିବାବେଳେ ସେ ଚଲାବୁଲା କରିପାରୁନି। ପର ଘରେ ମଜୁରି ଲାଗିଲେ ଘର ଚଳେ ଆଜ୍ଞା। ପୁଅର ଚିକିତ୍ସା ପାଇଁ ଦେଢ଼ ଲକ୍ଷ ଟଙ୍କା କେଉଁଠି ଆଣିବି? ପୁଅ ଦାମୋଦର (୧୩)ର ଚିକିତ୍ସା ପାଇଁ ଏମିତି ଆକୁଳ ନିବେଦନ କରିଛନ୍ତି ଅସହାୟ ବାପା ନିତ୍ୟାନନ୍ଦ ନାୟକ।

ବାଲେଶ୍ୱର ଜିଲ୍ଲା କଇଥଗାଡ଼ିଆ ପାଇକପଡ଼ା ଗ୍ରାମରେ ନିତ୍ୟାନନ୍ଦଙ୍କ ଘର। ନିଜ ପୁଅର ଚିକିତ୍ସା ପାଇଁ ବର୍ତମାନ ସେ କଟକ ବଡ଼ ମେଡିକାଲରେ ପଡ଼ି ରହିଛନ୍ତି। ଦାମୋଦରର ଚିକିତ୍ସା ପାଇଁ ପ୍ରାୟ ଦେଢ଼ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ଡାକ୍ତର କହିଛନ୍ତି। ହେଲେ ଏତେ ଟଙ୍କା ନିତ୍ୟାନନ୍ଦଙ୍କ ପକ୍ଷେ ଖର୍ଚ କରିବା ଅସମ୍ଭବ ଥିବାରୁ କୌଣସି ବଦାନ୍ୟ ବ୍ୟକ୍ତି, ଅନୁଷ୍ଠାନକୁ ସେ ସହାୟତା ପାଇଁ ନିବେଦନ କରିଛନ୍ତ। ନିତ୍ୟାନନ୍ଦଙ୍କ ପୁଅର ଚିକିତ୍ସା ପାଇଁ ଆଗ୍ରହୀ ବ୍ୟକ୍ତି, ଅନୁଷ୍ଠାନ ୭୦୭୭୭୦୬୦୧୮ ନମ୍ବରରେ ଯୋଗଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe