ଗରିବ ଅସହାୟ ପରିବାରକୁ ମିଳୁନି ଆବାସ ଯୋଜନାରେ ଘର, ଖୋଲା ଆକାଶ ତଳେ ବିତୁଛି ଜୀବନ

Advertisment
ଗରିବ ଅସହାୟ ପରିବାରକୁ ମିଳୁନି ଆବାସ ଯୋଜନାରେ ଘର, ଖୋଲା ଆକାଶ ତଳେ ବିତୁଛି ଜୀବନ

ବଣାଇଗଡ଼ : ସରକାର ଗରିବ, ଖଟିଖିଆ, ଦିନମଜୁରିଆ, ଅସହାୟ, ଦିବ୍ୟାଙ୍ଗଙ୍କ ଭଳି ଅନେକ ଲୋକଙ୍କ ରହିବା ନିମନ୍ତେ କୋଟି କୋଟି ଟଙ୍କା ସରକାରୀ ଅର୍ଥ ବ୍ୟୟକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଭଳି ଅନେକ ବାସଗୃହ ଯୋଗାଇ ଦେଉଛନ୍ତି। ମାତ୍ର ଅନେକ ସମୟରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକର ସରକାରୀ ବାବୁଙ୍କ ଦାୟିତ୍ବହୀନତା ଓ କିଛି ରାଜ ନେତାଙ୍କ ଅପାରଗତା ଯୋଗୁ ପ୍ରକୃତ ଯୋଗ୍ୟ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଫଳରେ ଅନେକ ସମୟରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଅସହାୟ ଭାବେ କେତେବେଳେ ଗୃହ ଅଭାବ ଓ ସାମର୍ଥ୍ୟ ଅଭାବରୁ ଖୋଲା ଆକାଶ ତଳେ ଭଙ୍ଗା ଦଦରା ମାଟି ଓ ଚାଳ କୁଡ଼ିଆରେ ନିଜ ଭାଗ୍ୟକୁ ଆଦରି ରହିବାକୁ ବାଧ୍ୟ ହେଉଛନ୍ତି। ତେବେ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବଣାଇ ବ୍ଲକ୍‌ ଅନ୍ତର୍ଗତ କେନ୍ଦ୍ରିକଳା ପଞ୍ଚାୟତର ପଛପଟର କଲୋନି ସାହିରେ।

publive-image

ଏଠାରେ ବସବାସ କରୁଥିବା ପ୍ରସନ୍ନ ନାଏକ, ତାଙ୍କର ଧର୍ମପତ୍ନୀ ପାର୍ବତୀ ନାଏକ ଓ ଝିଅ ଅଙ୍କିତା (୧୨) ଓ ପୁଅ ଅଙ୍କିତ ଖୋଲା ଆକାଶ ତଳେ ଦଦରା ଘରେ ବସବାସ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ପରିବାରଙ୍କର ଦୁଃଖ କହିଲେ ନ ସରେ। କାମ କଲେ ଯାଇ ପରିବାର ପ୍ରତିପୋଷଣ କରିଥାନ୍ତି। ସେମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ ଯାହା ଫଳରେ ଏହି ଭଙ୍ଗା ମାଟି କୁଡ଼ିଆ ଘରେ ଜୀବନ ବିତୁଛି। ଘର ଅବସ୍ଥା କହିଲେ ନ ସରେ ଦିନ ବେଳେ ଭଙ୍ଗା ଘରେ ରାତି ସମୟରେ ନିଜର ସାନ ଭଉଣୀ ସନ୍ଧ୍ୟା ସାହୁଙ୍କ ଘରେ ରହୁଥିବା ଏଠାକାର ଲୋକେ କହିଛନ୍ତି। ଏହି ଗରିବ ଅସହାୟ ପରିବାର ବହୁ ବାର ସରପଞ୍ଚ ଓ ୱାର୍ଡ ମେମ୍ବର ତଥା ପଞ୍ଚାୟତ କାର୍ଯ୍ୟାଳୟ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ ନା ଘର ଖଣ୍ଡେ ମିଳି ପାରିନାହିଁ। ଯାହାଫଳରେ ସେମାନେ ଏହି ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି। ଏଣୁ ସରକାରଙ୍କ ପକ୍ଷରୁ ଅସହାୟ ପରିବାରଙ୍କୁ ଘର ଖଣ୍ଡେ ପ୍ରଧାନମନ୍ତ୍ରୀ ଆବାସ ବା ବିଜୁ ପକ୍କା ଘର ଯୋଜନାରେ ସାମିଲ କରି ଥଇଥାନ ପାଇଁ ନବ ନିର୍ବାଚିତ ସରପଞ୍ଚ, ୱାର୍ଡ ସଭ୍ୟ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe