ବାତ୍ୟା ଛଡ଼ାଇ ନେଲା ରୋଜଗାର, ବେସାହାରା ହୋଇଗଲେ ଭିନ୍ନକ୍ଷମ

Advertisment
ବାତ୍ୟା ଛଡ଼ାଇ ନେଲା ରୋଜଗାର, ବେସାହାରା ହୋଇଗଲେ ଭିନ୍ନକ୍ଷମ

ପୁରୀ : ବାତ୍ୟା ‘ଫନି’ ଖାଲି ଧନଜୀବନ କ୍ଷତି କରିନି, ସ˚ପର୍କର ଡୋରିରେ ବି ପୂର୍ଣ୍ଣଛେଦ ଟାଣି ଦେଇଛି। ଭିନ୍ନକ୍ଷମଙ୍କୁ ବେସାହାରା କରିଦେଇଛି। ଆଗ ଭଳି ସହଯୋଗ ନମିଳିବାରୁ ଏହି ଅସହାୟ ଭିନ୍ନକ୍ଷମମାନେ ନିଜ ଦୁନିଆ ଭିତରେ ପୁଣି ଥରେ ସେହି ସହଯୋଗର ହାତକୁ ଖୋଜିବା ଆରମ୍ଭ କରିଛନ୍ତି। ହେଲେ ଏହି ସହଯୋଗ ହାତରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇଛନ୍ତି ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ। ସେମାନେ ଭିନ୍ନକ୍ଷମଙ୍କୁ ତଡ଼ିଦେବା ସହ ସେମାନଙ୍କଠାରୁ ଟଙ୍କା ପଇସା ଛଡ଼ାଇ ନେଇଛନ୍ତି।

ଟିଟଲାଗଡ଼ର କୁନି ମେରଲି, ଭଦ୍ରକର ଜୟନ୍ତୀ ଖିଲାର, କିଶୋର ଚନ୍ଦ୍ର ଦାସଙ୍କ ସମେତ ୧୦ ଜଣ ଭିନ୍ନକ୍ଷମ ଯୁବତୀ ସତ୍ୟବାଦୀ ବ୍ଲକ ବୀରଗୋବିନ୍ଦପୁର ବୁଢ଼ୀମଳା ଗାଁରେ ମା’ ଦକ୍ଷିଣକାଳୀ ଟ୍ରେନି˚ ସେଣ୍ଟରରେ କାମ କରୁଥିଲେ। ବୀରଗୋବିନ୍ଦପୁରର ଅନାମ ସାହୁ ନାମକ ବ୍ୟକ୍ତିଙ୍କ ସହଯୋଗରେ ସମସ୍ତେ ଏହି ଟ୍ରେନି˚ ସେଣ୍ଟରରେ ଧୂପକାଠି, ମହମବତୀ ତିଆରି କରି ସେଥିରେ ନିଜ ପେଟପାଟଣା କଥା ବୁଝୁଥିଲେ। କିନ୍ତି ବାତ୍ୟା ପରେ ଏହି ଟ୍ରେନି˚ ସେଣ୍ଟର୍‌ ଉଜୁଡ଼ି ଯାଇଛି। ଏଥିସହ ଭିନ୍ନକ୍ଷମଙ୍କ ବହୁବର୍ଷର ରୋଜଗାରର ପନ୍ଥା ବି ଉଜୁଡ଼ି ଯାଇଛି। ଏଭଳି ଦୁର୍ଦ୍ଦିନ ପରିସ୍ଥିତିରେ ଏମାନଙ୍କ ପାଇଁ ଭଗବାନ ସାଜିଥିବା ଅନାମ ବି ସହଯୋଗର ହାତ ଛାଡ଼ି ଦେଇଛନ୍ତି। ପରିବାର ଲୋକେ ଦୃଢ଼ ବିରୋଧ କରିବାରୁ ସେ ଏଥିରୁ ଦୂରେଇ ରହିଛନ୍ତି। ତଥାପି ଏହି ଭିନ୍ନକ୍ଷମାନେ ପେଟପାଟଣା ପାଇଁ ଚନ୍ଦନପୁର ଘୋସଡ଼ା ଛକ ନିକଟରେ ଥିବା କତା ଫ୍ୟାକ୍ଟ୍ରିରେ ଗତ ୮ ତାରିଖରୁ କାମ କରି ଆସୁଥିଲେ। ମାତ୍ର ପାରିବାରିକ ବିବାଦକୁ କେନ୍ଦ୍ର କରି ପୁଣି ଥରେ ଅନାମଙ୍କ ପରିବାର ଲୋକେ ଭିନ୍ନକ୍ଷମ ଯୁବତୀଙ୍କ ଉପରେ ଅତ୍ୟାଚାର ଆରମ୍ଭ କରି ଦେଇଛନ୍ତି। ଯେଉଁ କତା ଫ୍ୟାକ୍ଟ୍ରିରେ ଏମାନେ କାମ କରୁଥିଲେ ଅନାମଙ୍କ ଦୁଇ ପୁଅ ଚନ୍ଦନ ଓ ଅରୁ, ପୁତୁରା ମକରା, ଗାଁର ଶିବ ପ୍ରଧାନ ସେଠାରେ ଗଣ୍ତଗୋଳ କରିବାରୁ ଫ୍ୟାକ୍ଟ୍ରି ମାଲିକ ସେମାନଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି। ପ୍ରତିବାଦ କରିବାରୁ ଉପରୋକ୍ତ ବ୍ୟକ୍ତିମାନେ ସେମାନଙ୍କଠାରୁ ୪୦ ହଜାରୁ ଅଧିକ ଟଙ୍କା ଛଡ଼ାଇ ନେଇଥିବା ଭିନ୍ନକ୍ଷମମାନେ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏ ଦିଗରେ କୌଣସି ପଦକ୍ଷେପ ନନେବାରୁ ଭିନ୍ନକ୍ଷମମାନେ ଆଜି ଏସ୍‌ପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ଅଭିଯୋଗ ପାଇବା ପରେ ଏସ୍‌ପି ଉମାଶଙ୍କର ଦାଶ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe