ଘରୋଇ ହିଂସାର ଶିକାର ମହିଳାଙ୍କ ପା‌ଇଁ ସହାୟତା ନମ୍ବର

Advertisment
ଘରୋଇ ହିଂସାର ଶିକାର ମହିଳାଙ୍କ ପା‌ଇଁ ସହାୟତା ନମ୍ବର

freedmangopalanlegal.com.au

ଭୁବ‌ନେଶ୍ବର : ସାରା ଦେଶରେ କୋଭିଡ୍‌ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସ୍ଥିତି ଜାରି ରହିଥିବାରୁ ବହୁ ସଂଖ୍ୟାରେ ପ୍ରବାସୀ ନିଜ ନିଜ ଜିଲ୍ଲାକୁ ଫେରି ଆସୁଛନ୍ତି। କଠିନ ପରିସ୍ଥିତି ହେତୁ ଅନେକ ମହିଳା ଓ ବାଳିକା ଘରୋଇ ହିଂସାର ଶିକାର ହେବାର ଆଶଙ୍କା ରହିଛି।

କୋଭିଡ୍‌ରେ ପିତାମାତା ସଂକ୍ରମିତ ହୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ସମୟରେ ସେମାନଙ୍କ ଶିଶୁମାନେ ମଧ୍ୟ ଅସହାୟ ଅନୁଭବ କରୁଛନ୍ତି ଓ ନିର୍ଯାତନାର ଶିକାର ହେବାର ଆଶଙ୍କା ରହିଛି। ଏହିପରି ଭେଦଭାବ, ହିଂସା ବା ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳା ଓ ଶିଶୁଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିସନ୍ ଶକ୍ତି ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି କରାଯାଇଛି। ୧୦୦/୧୮୧/୧୦୯୮ ସହାୟତା ନମ୍ବରରେ ଯୋଗାଯୋଗ କରି ପୀଡ଼ିତା ସାହାଯ୍ୟ ପାଇପାରିବେ। ଘରୋଇ ହିଂସା ବିଷୟରେ ଜଣାଇବା ପାଇଁ ହ୍ବାଟ୍‌ସ୍‌ଆପ୍ ନମ୍ବର ୭୮୦୫୦୦୬୦୩୯ ନମ୍ବରରେ ବାର୍ତ୍ତା ଦେଇପାରିବେ। ମହିଳା କମିସନ୍‌ଙ୍କ ସହ ‌ଯୋଗାଯୋଗ କରିବା ପାଇଁ ହ୍ବାଟ୍‌ସ୍‌ ଆପ୍ ନମ୍ବର ୮୭୬୩୫୪୩୦୧୩ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe