ଗୋପବନ୍ଧୁନଗର ବ୍ଲକ୍‌ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

Advertisment

୮୦ ହଜାର ଲୋକଙ୍କ ପାଇଁ ୭ ଡାକ୍ତର!

୮୦ ହଜାର ଲୋକଙ୍କ ପାଇଁ ୭ ଡାକ୍ତର!

ଦେଶରେ ବଢ଼ୁଛି ମେଡିକାଲ ଟୁରିଜିମ୍: ଜଟିଳ ଅସ୍ତ୍ରୋପଚାର ପାଇଁ ବିଦେଶରୁ ଭାରତକୁ ଆସୁଛନ୍ତି ରୋଗୀ

Medical Dialogues

କୁଆମରା: ଆଦିବାସୀ ଅଧ୍ୟୁଷିତ ଗୋପବନ୍ଧୁନଗର ବ୍ଲକ୍‌ର ଡାକ୍ତର ଅଭାବରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକ୍‌ର ୧୩ଟି ପଞ୍ଚାୟତର ୮୦ ହଜାର ଲୋକଙ୍କ ପାଇଁ କୁଆମରା, ମାଙ୍କଡ଼କେନ୍ଦା, ସାଇଁକୁଳା, ରାଣୀବନ୍ଧ ଓ କୁଶଳଦାରେ ୫ଟି ଆଞ୍ଚଳିକ ଡାକ୍ତରଖାନା ଥିବା ବେଳେ ଖୁଣ୍ଟାରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଖୁଣ୍ଟା ଡାକ୍ତରଖାନାରେ ୧୬ଟି ଶଯ୍ୟା ରହିଥିବା ବେଳେ କୁଆମରା ଆଞ୍ଚଳିକ ଡାକ୍ତରଖାନାରେ ୮ଟି ଶଯ୍ୟା ରହିଛି। ପରିତାପର ବିଷୟ କୁଆମରା ଡାକ୍ତରଖାନାରେ ୨ଟି ଡାକ୍ତର ପଦରୁ ମାତ୍ର ଗୋଟିଏ ପୂରଣ ହୋଇଥିବା ବେଳେ ସେ ବି ସପ୍ତାହର ୨/୩ ଦିନ ହିଁ ଏଠାରେ ରୋଗୀ ଦେଖୁଛନ୍ତି।

ସେହିପରି ରାଣୀବନ୍ଧ ଓ ସାଇଁକୁଳା ଡାକ୍ତରଖାନାରେ ଦୀର୍ଘ ବର୍ଷ ହେଲା କୌଣସି ଡାକ୍ତରଙ୍କ ପାଦ ପଡ଼ିନି। ମାଙ୍କଡକେନ୍ଦାରେ ଜଣେ ଡାକ୍ତର ନିଯୁକ୍ତି ହୋଇଥିଲେ ମଧ୍ୟ ଅଧିକାଂଶ ଦିନ ବିଭିନ୍ନ କାର୍ଯ୍ୟ ଦେଖାଇ ସେ ଅନୁପସ୍ଥିତ ରହୁଛନ୍ତି। ଏଠାରେ ଫାର୍ମାସିଷ୍ଟଙ୍କ ଦ୍ୱାରା ରୋଗୀ ସେବା ଚାଲୁଛି। କୁଆମରା ଡାକ୍ତରଖାନାରେ ଦୁଇଟି ଫାର୍ମାସିଷ୍ଟ ପଦବି ଥିବାବେଳେ ଜଣଙ୍କୁ ବାରିପଦା ମୁଖ୍ୟାଳୟକୁ ପଠା ଦିଆଯାଇଛି। ସେହିପରି ଖୁଣ୍ଟା ଡାକ୍ତରଖାନାରେ ୮ଟି ଡାକ୍ତର ପଦବି ଥିବାବେଳେ ୪ଟି ପଦବି ଫାଙ୍କା ପଡ଼ିଛି। ୩ଟି ଲାବୋରଟୋରୀ ଟେକ୍‌ନିସିଆନ୍‌ ପଦବିରୁ ୨ଟି ଫାଙ୍କା ପଡ଼ିଥିବା ବେଳେ ସବୁ ପରୀକ୍ଷା ନିରୀକ୍ଷା କାର୍ଯ୍ୟ ଜଣଙ୍କ ଉପରେ ନ୍ୟସ୍ତ ହୋଇଛି। ଏହିପରି ଅବ୍ୟବସ୍ଥା ଦୀର୍ଘବର୍ଷ ଧରି ଲାଗି ରହିବା ଯୋଗୁ ରୋଗୀମାନେ ଅଯଥା ଖର୍ଚାନ୍ତ ହୋଇ ବାରିପଦା କିମ୍ବା ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ଯିବାକୁ ବାଧ୍ୟ ହେଉଛନ୍ତି। ଏଥିପ୍ରତି ସ୍ଥାନୀୟ ବିଧାୟକ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନଜର ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe