ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଅସୁସ୍ଥ ହୋଇପଡ଼ିଛନ୍ତି। ୧୦ ଦିନ ତଳେ ଶ୍ରୀ ବିଶ୍ବାଳ ଝାରସୁଗୁଡ଼ାର ନିଜ ଗାଁ ଠାକୁରପଡ଼ାରେ ପ୍ରାତଃ ଭ୍ରମଣ କରୁଥିଲା ବେଳେ ତଳେ ପଡ଼ିଯାଇଥିଲେ। ସେତେବେଳେ ସ୍ଥାନୀୟ ହସ୍ପିଟାଲ୍ରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। କିନ୍ତୁ ପରେ ତାଙ୍କୁ ଜ୍ବର ହୋଇଥିଲା ଓ ସେ ଅତ୍ୟନ୍ତ ଦୁର୍ବଳ ଅନୁଭବ କରିଥିଲେ। ତାହା ପରେ ତାଙ୍କୁ ଭୁବନେଶ୍ବର ଅଣାଯାଇ ସମ୍ ଅଲ୍ଟିମେଟ୍ରେ ଭର୍ତ୍ତି କରାଯାଇଥିଲା। ସେ ଏବେ ବିପଦମୁକ୍ତ ଅଛନ୍ତି। କିନ୍ତୁ ଦୁର୍ବଳ ଅନୁଭବ କରୁଥିବାରୁ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି ବୋଲି ତାଙ୍କ ଝିଅ ସୁନିତା ବିଶ୍ବାଳ ସୂଚନା ଦେଇଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଅସୁସ୍ଥ
Advertisment
Follow Us