ବନ୍ୟା ଜଳରେ ଭାସିଗଲେ ୨୫ଶହ କୁକୁଡ଼ା, ଲକ୍ଷାଧିକ ଟଙ୍କାର କ୍ଷତି ସହି ଚିନ୍ତାରେ ବ୍ୟବସାୟୀ

ବନ୍ୟା ଜଳରେ ଭାସିଗଲେ ୨୫ଶହ କୁକୁଡ଼ା, ଲକ୍ଷାଧିକ ଟଙ୍କାର କ୍ଷତି ସହି ଚିନ୍ତାରେ ବ୍ୟବସାୟୀ

ଯାଜପୁର(ଅନିଲ କୁମାର ପଣ୍ଡା): ଯାଜପୁର ବ୍ଲକର ପଣସା ପଞ୍ଚାୟତରେ ସ୍ଥାନୀୟ ଅଞ୍ଚଳର ରଜନୀକାନ୍ତ ଶତପଥୀ ନିଜର ଭାଇମାନଙ୍କ ସହଯୋଗରେ ୫ ବର୍ଷ ହେବ ଆରମ୍ଭ କରିଥିଲେ କୁକୁଡ଼ା ବ୍ୟବସାୟ। ଭଲ ଦି’ ପଇସା ଲାଭ ହୋଇଥିବା ବେଳେ ରଜନୀଙ୍କ ମନୋବଳ ବଢ଼ିଥିଲା। ତେବେ କୁକୁଡ଼ା ବ୍ୟବସାୟକୁ ବ୍ୟାପକ କରିବା ପାଇଁ ଗୋଟିଏ ବଦଳରେ ୩ଟି ଫାର୍ମ ନିର୍ମାଣ କରିଥିଲେ। କିନ୍ତୁ ଚଳିତ ବନ୍ୟା ତାଙ୍କର ସବୁ ଇଚ୍ଛା ଓ ଆଶାକୁ ପାଣିରେ ଭସାଇନେଇଛି।

ସୂଚନା ଅନୁସାରେ ରଜନୀ ନିଜର ଦୁଇ ଭାଇଙ୍କ ସହଯୋଗ ଓ ଉଦ୍ୟମ ‌ଯୋଗୁ ୫ ବର୍ଷ ତଳେ ଘର ଠାରୁ କିଛି ଦୂରରେ ବୈତରଣୀ ନଦୀ କୂଳରେ ଆରମ୍ଭ କରିଥିଲେ କୁକୁଡ଼ା ଫାର୍ମ। ଭଲ ଲାଭ ହେବାରୁ କୁକୁଡ଼ା ଫାର୍ମର ଆକାର ବଢ଼ାଇଥିଲେ। ଦିନେ ୫ଶହ କୁକୁଡ଼ା ରଖୁଥିବା ବେଳେ ଏବେ ୩ ହଜାର କୁକୁଡ଼ା ରଖିବାର ପାଇଁ ଫାର୍ମ ନିର୍ମାଣ ହୋଇଥିଲ। ଖାଲି ଫାର୍ମ ନୁହଁ ସେଥିରେ ୩ ହଜାରରୁ ଉର୍ଦ୍ଧ କୁକୁଡ଼ା ମଧ୍ୟ ରଖାଯାଇଥିଲା। ହେଲେ କିଏ ଜାଣିଥିଲା ଏପରି ବ୍ୟବସାୟକୁ ବୈତରଣୀର ବନ୍ୟା ପାଣି ଭସାଇ ନେବ। ତେବେ ଦୁଇ ଦିନ ତଳେ ବୈତରଣୀ ନଦୀରେ ରାତିରେ ବନ୍ୟା ଆସିବା ଯୋଗୁ ଏବଂ ରାତି ଭିତରେ ଜଳସ୍ତର ବହୁ ବଢ଼ିଯିବା ଯୋଗୁ ଫାର୍ମ ପୁରା ବୁଡ଼ି ଯାଇଥିଲା। ଏହାରି ଭିତରେ ଫାର୍ମରେ ଥିବା ୨୫ଶହ ପାଖାପାଖି କୁକୁଡ଼ା ପାଣିରେ ଭାସି ଯାଇଥିବା ବେଳେ ଯେଉଁ କେତେକ କୁକୁଡ଼ା ରକ୍ଷା ପାଇଛନ୍ତି ସେମାନେ ବି ପାଣି ମାଡ ଖାଇଥିବାରୁ ବେଶି ଦିନ ବଞ୍ଚିବେ ନାହିଁ ବୋଲି ରଜନୀକାନ୍ତ କହିଛନ୍ତି। ତେବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଲାଭ ଆଶାରେ ବ୍ୟବସାୟ ଖୋଲିଥିବା ରଜନୀକାନ୍ତ ଏବଂ ତାଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି।

publive-image

ବନ୍ୟା ଜଳରେ ଫାର୍ମ ଭାଙ୍ଗି ଯାଇଥିବା ବେଳେ କୁକୁଡ଼ା ସବୁ ମରି ଯାଇ ଭାସି ଯିବାର ଏବେ ଫାର୍ମ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଛି। କରୋନା ସମୟରେ ବ୍ୟବସାୟ କମିଥିବା ବେଳେ ବନ୍ୟା ରଜନୀ ଏବଂ ତାଙ୍କ ଭାଇମାନଙ୍କ ଉଦ୍ୟମକୁ ପାଣିରେ ଭସାଇ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe