ପଦା କରିଦେଲେଣି ହେନ୍ତାଳବଣ

Advertisment

ଉପକୂଳର ସୁରକ୍ଷା କବଚ ହେଉଛି ହେନ୍ତାଳବଣ। ଜୁଆର ରୋକିବା ସହ ଉପକୂଳ ପ୍ରତି ମାଡ଼ି ଆସୁଥିବା ବିପଦକୁ ଏହି ବଣ ହ୍ରାସ କରିଥାଏ। ପାରାଦୀପ ଶିଳ୍ପାଞ୍ଚଳକୁ ଅମ୍ଳଜାନ ଯୋଗାଇ ଥାଏ ହେନ୍ତାଳବଣ।

ଉପକୂଳର ସୁରକ୍ଷା କବଚ ହେଉଛି ହେନ୍ତାଳବଣ। ଜୁଆର ରୋକିବା ସହ ଉପକୂଳ ପ୍ରତି ମାଡ଼ି ଆସୁଥିବା ବିପଦକୁ ଏହି ବଣ ହ୍ରାସ କରିଥାଏ। ପାରାଦୀପ ଶିଳ୍ପାଞ୍ଚଳକୁ ଅମ୍ଳଜାନ ଯୋଗାଇ ଥାଏ ହେନ୍ତାଳବଣ।

gjdgdgjg

ଜଗତସିଂହପୁର: ଉପକୂଳର ସୁରକ୍ଷା କବଚ ହେଉଛି ହେନ୍ତାଳବଣ। ଜୁଆର ରୋକିବା ସହ ଉପକୂଳ ପ୍ରତି ମାଡ଼ି ଆସୁଥିବା ବିପଦକୁ ଏହି ବଣ ହ୍ରାସ କରିଥାଏ। ପାରାଦୀପ ଶିଳ୍ପାଞ୍ଚଳକୁ ଅମ୍ଳଜାନ ଯୋଗାଇ ଥାଏ ହେନ୍ତାଳବଣ। କିନ୍ତୁ ପାରାଦୀପ ସମେତ ଏରସମା, କୁଜଙ୍ଗର କିଛି ଅଞ୍ଚଳରେ ହେନ୍ତାଳବଣରୁ ଅବାଧରେ ଗଛ କଟାଚାଲିଛି। କେଉଁଠି କାଠ ପାଇଁ କଟା ଚାଲିଛି ତ ଆଉ କେଉଁଠି ଚିଙ୍ଗୁଡ଼ି ଘେରି ପାଇଁ। ସେହିପରି କଳ କାରଖାନା ନିର୍ମାଣ ପାଇଁ ମଧ୍ୟ ଲୁଣାଜଙ୍ଗଲ ସଫା ହୋଇଚାଲିଛି। ଯେଉଁ ଅନୁପାତରେ ଲୁଣାଜଙ୍ଗଲ କଟା ଚାଲିଛି; ସେହି ଅନୁସାରେ ଜଙ୍ଗଲ ସୃଷ୍ଟି କରାଯାଉ ନାହିଁ। ଯାହା ଫଳରେ ଏବେ ଉପକୂଳ ଅଞ୍ଚଳରେ ବିପଦ ଘନେଇବାରେ ଲାଗିଛି।

ସୂଚନା ଅନୁସାରେ, ଏରସମାର ଗଡ଼ହରିଶପୁର ଠାରୁ ରାମତରା ପର୍ଯ୍ୟନ୍ତ ଥିବା ଲୁଣାଜଙ୍ଗଲ ବ୍ୟାପକ ଭାବେ କଟା ଚାଲିଛି। ବରୁଆ ଜଙ୍ଗଲକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ଜଙ୍ଗଲ ସଫା କରି ଚିଙ୍ଗୁଡ଼ି ଘେରି ତିଆରି କରାଯାଉଛି। ଯାହାର ପ୍ରଭାବରେ ଉପକୂଳ କ୍ଷୟ ହୋଇଚାଲିଛି। ସେହିପରି ପାରାଦୀପରେ ମଧ୍ୟ ଲୁଣାଜଙ୍ଗଲ ନଷ୍ଟ ହୋଇ ଚାଲିଛି। ମୂଷାଡ଼ିଆ, କଂସାରିପାଟିଆ, ଷଣ୍ଢକୁଦ-ନୂଆଗାଁ ରାସ୍ତାକଡ଼, ନେହରୁବଙ୍ଗଳା ଅଞ୍ଚଳରେ ଲୁଣାଜଙ୍ଗଲ ଛିଡ଼ିବାରେ ଲାଗିଛି। ଯାହା ଏବେ ଚିନ୍ତାର କାରଣ ହୋଇଛି। କିଏ କାଠ ପାଇଁ କାଟୁଛି ତ’ ଆଉ କିଏ ଜଙ୍ଗଲ ଜମିକୁ ଅକ୍ତିଆର ପାଇଁ ନଷ୍ଟ କରି ଚାଲିଛି। ଅନ୍ୟପକ୍ଷରେ କେତେକ ସ୍ଥାନରେ ଲୁଣାଜଙ୍ଗଲକୁ ପାଣି ଆସିବା ବାଟ ବନ୍ଦ ହୋଇ ଯାଉଥିବାରୁ ଗଛ ଆପେ ଆପେ ମରିଯାଉଛି। ସେହିପରି କଳକାରଖାନା ପାଇଁ ଗଛ ବଳି ପଡ଼ୁଛି ବୋଲି କହିଛନ୍ତି ଲୁଣାଜଙ୍ଗଲ ସୃଷ୍ଟି ପାଇଁ କାମ କରୁଥିବା ପରିବେଶବିତ୍ ବିଶ୍ବଜିତ ସାମଲ। ଅବାଧରେ ଲୁଣାଜଙ୍ଗଲ କଟା ଚାଲୁଥିଲେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ ମାଫିଆଙ୍କ ସାହସ ବଢ଼ୁଛି। ଯେଉଁ ଅନୁପାତରେ କଟା ଚାଲୁଛି ସେହି ଅନୁଯାୟୀ ବନ ବିଭାଗ ପକ୍ଷରୁ ନୂଆ ଜଙ୍ଗଲ ସୃଷ୍ଟି କରାଯାଉ ନାହିଁ। କେବଳ କେତେଜଣ ପରିବେଶବିତ୍ ଓ ପରିବେଶ ସୁରକ୍ଷା ଦିଗରେ କାମ କରୁଥିବା ଅନୁଷ୍ଠାନ ଏରସମା ଓ ପାରାଦୀପ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ଦିଗରେ ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି। ଏରସମା, ପାରାଦୀପରେ ସମୁଦ୍ର କୂଳ ଖାଉଥିବାରୁ ଯଦି ଏବେଠାରୁ ପଦକ୍ଷେପ ନିଆ ନ ଯାଏ ତା’ହେଲେ ଆଗକୁ ସମସ୍ୟା ଜଟିଳ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe