ବୃଦ୍ଧ ବୟସରେ ଦିବ୍ୟାଙ୍ଗ ପୁଅ ସହ ପରିବାର ଚଳାଇବା ଭାର

Advertisment

ଗଛରୁ ପଡ଼ିବା ପରେ ଭାଙ୍ଗିଗଲା ଅଣ୍ଟା, ଅର୍ଥାଭାବରୁ ହୋଇପାରିଲାନି ଚିକିତ୍ସା

ଗଛରୁ ପଡ଼ିବା ପରେ ଭାଙ୍ଗିଗଲା ଅଣ୍ଟା, ଅର୍ଥାଭାବରୁ ହୋଇପାରିଲାନି ଚିକିତ୍ସା

ବୃଦ୍ଧ ବୟସରେ ଦିବ୍ୟାଙ୍ଗ ପୁଅ ସହ ପରିବାର ଚଳାଇବା ଭାର

ରିଆମାଳ: ଯେଉଁ ବୟସରେ ପୁଅ ପରିବାରର ଭାର ନେବା କଥା ସେହି ବୟସରେ ସେ ହୋଇଛି ବୋଝ। ବୃଦ୍ଧ ବୟସରେ ଦିବ୍ୟାଙ୍ଗ ପୁଅ ସହ ପରିବାରର ଦାୟିତ୍ବ ମୁଣ୍ଡାଇଛନ୍ତି ଦୁ‌ର୍ଯୋଧନ କିଷାନ (୭୦)। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଟୁହିଲାମାଳ ପଞ୍ଚାୟତ ଅନ୍ତର୍ଗତ ଖରିଆକାନିରେ ଦୁର୍ଯୋଧନ। ପୁଅ ତ୍ରିବେଣୀ କିଷାନ(୩୦), ୩ ବର୍ଷ ହେବ ଠିଆ ହୋଇ ପାରୁ ନାହାନ୍ତି। ଘୁଷୁଡ଼ି ଘୁଷୁଡ଼ି ଚାଲୁଛନ୍ତି। ଛେଳିକୁ ଖାଇବାକୁ ଦେବାକୁ ଗଛକୁ ଚଢ଼ିଥିଲେ। ଡାଳ ଭାଙ୍ଗୁଥିବା ବେଳେ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ଅଣ୍ଟା ଭାଙ୍ଗିଗଲା। ମୂତ୍ରାଶୟ ନଷ୍ଟ ହୋଇଯାଇଛି।

ସେ ଆଉ ଚାଲି ପାରୁ ନାହାନ୍ତି। ଦୁର୍ଘଟଣା ଘଟିବା ଦିନ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ ମେଡିକାଲକୁ ନିଆ ଯାଇଥିଲା। ସେଠାରେ ଦୀର୍ଘଦିନ ଧରି ରହି ଚିକତ୍ସା ହୋଇଥିଲେ। ମାତ୍ର ତାଙ୍କର ଅସ୍ତ୍ରୋପଚାର ଦରକାର ବୋଲି ଡାକ୍ତର କହିଥିଲେ। ଏଥିପାଇଁ ବହୁ ଅର୍ଥ ଦରକାର ହେଉଥିଲା। ଅର୍ଥ ଯୋଗାଡ଼ କରି ନ ପାରି ଘରକୁ ନେଇ ଆସିଥିଲେ।  ତ୍ରିବେଣୀ ଘରର ରୋଜଗାରିଆ ପୁଅ ଥିଲେ। ଏପଟରେ ବୃଦ୍ଧ ଅବସ୍ଥାରେ ବାପା ଦୁର୍ଯୋଧନ ପତ୍ନୀ, ବୋହୂ ଓ ନାତୁଣୀଙ୍କ ପେଟକୁ ଦାନା ଯୋଗାଡ଼ କରୁଛନ୍ତି।

ମୂତ୍ରାଶୟ ନଷ୍ଟ ହୋଇଯାଇଥିବାରୁ ତ୍ରିବେଣୀଙ୍କ ମୂତ୍ରଥଳୀ ଲାଗିଛି। ମାସକୁ ମାସ ତାହାକୁ ବଦଳାଯାଉଛି। ମାତ୍ର ଅର୍ଥାଭାବ ଯୋଗୁଁ ତାହା ମଧ୍ୟ ଠିକ୍‌ରେ ହୋଇ ପାରୁନି। ଏହାକୁ ବଦଳାଇବା ପାଇଁ ଗାଡି ଭଡ଼ା କରି ଯିବାକୁ ହେଉଛି। ବୃଦ୍ଧ ବୟସରେ ଯାହା ରୋଜଗାର କରନ୍ତି ତାହାକୁ ସଂଚୟ କରି  ପରିବାର ଚଳାନ୍ତି। ଯାହା ବଳେ ସେଥିରେ ଗାଡ଼ି ଭଡ଼ା କରି ମେଡିକାଲ୍‌ ଯାଇ ମୂତ୍ରଥଳୀ ବଦଳା’ନ୍ତ। ତ୍ରେବଣୀ ଭଲ ଥିବା ବେଳେ ସ୍ତ୍ରୀ ମଧ୍ୟ ତାଙ୍କ ସହ ମୂଲ ମଜୁରୀ ଲାଗୁଥିଲେ। ମାତ୍ର ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ତାଙ୍କ ସେବା ଦାୟିତ୍ୱରେ ସେ ସବୁବେଳେ ପାଖରେ ରହୁଛନ୍ତି। ଫଳରେ ବୃଦ୍ଧ ବୟସରେ ଦୁର୍ଯୋଧନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡୁଛି। ସରକାର ଓ ଜିଲ୍ଲା ପ୍ରଶାସନ ଏହି ପରିବାରର ଦୁଃଖ ଦେଖି ସହାୟତାରେ ହାତ ବଢ଼ାଇଲେ ଉପକୃତ ହୋଇପାରନ୍ତେ ବୋଲି ସେ ଦୁଃଖର ସହିତ କହିଛନ୍ତି।   ଏପଟେ ପଞ୍ଚାୟତ ଓ ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଥିଲେ ମଧ୍ୟ ଭତ୍ତା ମିଳି ନ ଥିବା ତ୍ରିବେଣୀ କହିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେଇ ତାଙ୍କୁ ତୁରନ୍ତ ସହୟତା ଯୋଗାଇବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି। କୌଣସି ବ୍ୟକ୍ତି କି ସଂଗଠନ ସହୟତା କରାବାକୁ ଚାହୁଁଥିଲେ ତାଙ୍କ ଘର ଠିକଣାରେ ସହୟତା କରିବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe