ଏପଟେ ବର୍ଷା ଦାଉ, ସେପଟେ ମିଲର୍ସ ତାଉ, ବିଲରେ ଭିଜୁଛି କଟାଧାନ

Advertisment

ବଲାଙ୍ଗୀର ଜିଲ୍ଲାର ଚାଷୀ ଦୋହରା ଦୁଃଖରେ ପଡ଼ିଛନ୍ତି। ଗୋଟିଏ ପଟେ ବର୍ଷା ଦାଉ ସାଧୁଛି ତ ଅନ୍ୟପଟେ ମିଲର୍‌ମାନେ ତାଉ ଦେଖାଉଛନ୍ତି। ଫଳରେ ଚାଷୀଙ୍କ ହଜାର ହଜାର କ୍ବିଣ୍ଟାଲ୍‌ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି।

ବଲାଙ୍ଗୀର ଜିଲ୍ଲାର ଚାଷୀ ଦୋହରା ଦୁଃଖରେ ପଡ଼ିଛନ୍ତି। ଗୋଟିଏ ପଟେ ବର୍ଷା ଦାଉ ସାଧୁଛି ତ ଅନ୍ୟପଟେ ମିଲର୍‌ମାନେ ତାଉ ଦେଖାଉଛନ୍ତି। ଫଳରେ ଚାଷୀଙ୍କ ହଜାର ହଜାର କ୍ବିଣ୍ଟାଲ୍‌ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି।

sfhfshfhsfh

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଚାଷୀ ଦୋହରା ଦୁଃଖରେ ପଡ଼ିଛନ୍ତି। ଗୋଟିଏ ପଟେ ବର୍ଷା ଦାଉ ସାଧୁଛି ତ ଅନ୍ୟପଟେ ମିଲର୍‌ମାନେ ତାଉ ଦେଖାଉଛନ୍ତି। ଫଳରେ ଚାଷୀଙ୍କ ହଜାର ହଜାର କ୍ବିଣ୍ଟାଲ୍‌ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି। ଦୁଇ ଦିନ ହେଲା ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ସମୟ ସମୟ‌ରେ ବର୍ଷା ହେଉଛି। ମଣ୍ଡି ଖୋଲୁ ନଥିବାରୁ ରାସ୍ତା ଉପରେ ଥିବା ଧାନ ପଡ଼ିରହିଛି। ସେପଟେ ବିଲରେ ରହିଥିବା କଟାଧାନ ବର୍ଷାପାଣିରେ ବତୁରି ଯାଇଛି। ଏଣେ ମଣ୍ଡି ଖୋଲିବା ନେଇ କିଛି ନିଷ୍ପତ୍ତି ହୋଇପାରି ନାହିଁ।

ମିଲର୍‌ମାନେ ନିଜ ୮ଦଫା ଦାବି ନେଇ ଜିଦ୍‌ରେ ଅଟଳ ଅଛନ୍ତି। ଯାହାଦ୍ବାରା ମଣ୍ଡି ଖୋଲିଲେ ବି ଧାନ ଉଠିବ ନାହିଁ। ଚାଷୀଙ୍କ ପାଖରେ ନିଜ ଧାନକୁ ସୁରକ୍ଷା ଦେବା ପାଇଁ କିଛି ସାଧନ ନାହିଁ। ତେଣୁ ସମସ୍ତଙ୍କ ଆଖି ସାମନାରେ ଧାନ ନଷ୍ଟ ହେବାରେ ଲାଗିଛି। ଖରିଫ ଧାନ ବିକିବାକୁ ଜିଲ୍ଲାରେ ଏଥର ମୋଟ ୯୫ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଏବେ ସବୁ ଚାଷୀଙ୍କ କଷ୍ଟୋପାର୍ଜିତ ଧାନ ବାଜିରେ ଲାଗିଛି। ମିଲର୍ସ ନିଜ ଜିଦ୍‌ରୁ ନ ଓହରିଲେ ସ୍ଥିତି ଆହୁରି ଦୟନୀୟ ହୋଇପଡ଼ିବ। ଚାଷୀ ବାଧ୍ୟ ହୋଇ ଦଲାଲ୍‌ ଜରିଆରେ ସ୍ବଳ୍ପ ଦରରେ ଧାନ ବିକିବାକୁ ବାଧ୍ୟ ହେବ। ଯଦି ବିଳମ୍ବରେ ମଣ୍ଡି ଖୋଲେ ଏବଂ ମିଲର୍ସ ଧାନ ଉଠାନ୍ତି, ତେବେ ପ୍ରବଳ କଟ୍‌ନି ଛଟ୍‌ନି ହୋଇ ଧାନ ଉଠିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe