ତ୍ରିସ୍ତରୀୟ ସୁରକ୍ଷା ବଳୟରେ ହିଡ଼ମା

Advertisment

ଏକେ-୪୭ ଧରି ଜଗି ରହିଛନ୍ତି ୪୦ ସୁରକ୍ଷାକର୍ମୀ, ଖୋଜୁଛନ୍ତି ଚାରି ରାଜ୍ୟର ପୁଲିସ

ଏକେ-୪୭ ଧରି ଜଗି ରହିଛନ୍ତି ୪୦ ସୁରକ୍ଷାକର୍ମୀ, ଖୋଜୁଛନ୍ତି ଚାରି ରାଜ୍ୟର ପୁଲିସ

ତ୍ରିସ୍ତରୀୟ ସୁରକ୍ଷା ବଳୟରେ ହିଡ଼ମା

Free Press Journal

ମାଲକାନଗିରି : ଚାରି ରାଜ୍ୟର ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ମାଓ କମାଣ୍ଡର ହିଡ଼ମା। ମୁଣ୍ଡ ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ରଣନୀତି ପ୍ରସ୍ତୁତିରେ ବିଶେଷଜ୍ଞ ଏହି ଦୁର୍ଦ୍ଦାନ୍ତ ମାଓନେତା ଏବେ ଏକ ନମ୍ବର ପ୍ଲାଟୁନର କମାଣ୍ଡର। କରୋନା ସଂକ୍ରମଣ କମିବା ପରେ ନିଜ ପ୍ଲାଟୁନ୍‌ ସଜାଡ଼ିବା ଆରମ୍ଭ କରିଛନ୍ତି। ସବୁବେଳେ ସତର୍କ ଏବଂ ପ୍ରସ୍ତୁତ ହୋଇ ରହୁଥିବା ବେଳେ ସଂଗଠନରେ ସାଥୀଙ୍କ ପ୍ରତି ଆଚରଣ କେମିତି ତାହା ଏବେ ସାମ୍ନାକୁ ଆସିଛି। କିଛି ଦିନ ତଳେ ଆତ୍ମସମର୍ପଣ କରିଥିବା ମାଓନେତ୍ରୀ ସୁନ୍ଦରୀ ଏବଂ ମଞ୍ଜୁ ସବୁ ଭିତିରି କଥା ପ୍ରକାଶ କରିଛନ୍ତି।

ଛତିଶଗଡ଼ ବିଜାପୁର ଜିଲ୍ଲାର ଗୋଟିଏ ଛୋଟିଆ ଗାଁରେ ଜନ୍ମିତ ହିଡ଼ମା ପାଠପଢ଼ାରେ ସବୁବେଳେ ଆଗୁଆ ରହି ଆସୁଥିଲେ। ମାତ୍ର ୧୦ ବର୍ଷ ବୟସରେ ସଂଗଠନ ପ୍ରତି ଆକର୍ଷିତ ହୋଇ ବାଲ ସଂଗମରେ ଯୋଗ ଦେଇଥିଲେ। ଏହାରି ମଧ୍ୟରେ ସଂଗଠନରେ ୨୮ ବର୍ଷ ହୋଇ ସାରିଲାଣି। ଅପରାଧ ଏବଂ ଆତଙ୍କର ତାଲିକା ବହୁତ ଲମ୍ବା। ସୁନ୍ଦରୀଙ୍କ କହିବା ହେଲା, ସଂଗଠନରେ ସବୁଠାରୁ ଚତୁର ଓ ସାହସୀ ନେତା ଭାବେ ହିଡ଼ମା ପରିଚିତ। ଥରେ ହମଲା ପାଇଁ ନିଷ୍ପତ୍ତି ନେଲେ ଯେତେ ପ୍ରତିବନ୍ଧକ ଥିଲେ ବି ପଛଘୁଞ୍ଚା ଦିଏନାହିଁ। ପୁଲିସ ନିକଟରେ କେବେ ମଧ୍ୟ ଆତ୍ମସମର୍ପଣ କରିବ ନାହିଁ। ଯବାନଙ୍କୁ ଦେଖି କେବେ ମଧ୍ୟ ଛତ୍ରଭଙ୍ଗ ଦେବ ନାହିଁ। ବରଂ ହାମଲା କରିବ। ଯିଏ ଡରିଗଲା ସେ ମରିଗଲା ବୋଲି ହିଡମା ସବୁବେଳେ କୁହେ। ବଡ଼ ଆକ୍ରମଣ ପୂର୍ବରୁ ରଣନୀତି ଏବଂ ପୂର୍ବ ପ୍ରସ୍ତୁତି ନିଶ୍ଚିତ କରେ। ସୁରକ୍ଷା କର୍ମୀଙ୍କ ପ୍ରତ୍ୟେକ ଗତିବିଧି ଉପରେ ଅତି ନିକଟରୁ ନଜର ରଖେ। ଯଦି ଆକ୍ରମଣରେ ନକ୍ସଲ ନିହତ ହୁଅନ୍ତି ତେବେ ଶୋକ ପାଳେ, ପୁଲିସ ସହିଦ ‌ହେଲେ ଖୁସି ମନାଏ। ସେହିପରି ଗୁଳି ବିନିମୟ ପରେ ପୁଲିସର ହତିଆର ଲୁଟ୍‌ ନ କରିପାରିଲେ ଖୁବ୍‌ ରାଗିଯାଏ।

ଦନ୍ତେଵାଡ଼ା ଏସ୍‌ପି ଅଭିଷେକ ପଲ୍ଲବ କହିଛନ୍ତି ଯେ, ହିଡମାକୁ ୪୦ ଜଣ ସୁରକ୍ଷାକର୍ମୀ ଏକେ-୪୭ ଧରି ଜଗି ରୁହନ୍ତି। ତିନି ସ୍ତରୀୟ ସୁରକ୍ଷା ବଳୟରେ ସବୁବେଳେ ରହି ଆସୁଛି। ଚାରି ରାଜ୍ୟର ପୁଲିସ ତାକୁ ଖୋଜୁଥିବା ଏସ୍‌ପି ଶ୍ରୀ ପଲ୍ଲବ କହିଛନ୍ତି। ଏତେ ମାତ୍ରାରେ ସତର୍କ ଯେ ହିଡ଼ମାର ଗୋଟିଏ ତଥା ବହୁ ପୁରୁଣା ଫଟୋ ଆଜି ପର୍ଯ୍ୟନ୍ତ ପୁଲିସ ପାଖରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe