ହିଡ଼ମା ହଟିଲେ, ପତିରାମ ବସ୍ତର ଡିଭିଜନ୍‌ ମୁଖିଆ: ମାଓବାଦୀ ସଙ୍ଗଠନରେ ବଡ଼ଧରଣର ଅଦଳବଦଳ

Advertisment

ଛତିଶଗଡ଼ରେ ସୁରକ୍ଷା ବାହିନୀର ଘନଘନ ଆକ୍ରମଣ ପରେ ଦୁର୍ବଳ ହୋଇ ପଡ଼ିଛି ନକ୍ସଲ ସଂଗଠନ। ଟପ୍ ମାଓ ନେତା ଚଲପତି ରାଓଙ୍କ ସମେତ ବହୁ ମାଓବାଦୀ ମୃତାହତ ହେବା ପରେ ରଣନୀତିରେ ପରିବର୍ତ୍ତନ କରିଛି କେନ୍ଦ୍ରୀୟ କମିଟି।

ଛତିଶଗଡ଼ରେ ସୁରକ୍ଷା ବାହିନୀର ଘନଘନ ଆକ୍ରମଣ ପରେ ଦୁର୍ବଳ ହୋଇ ପଡ଼ିଛି ନକ୍ସଲ ସଂଗଠନ। ଟପ୍ ମାଓ ନେତା ଚଲପତି ରାଓଙ୍କ ସମେତ ବହୁ ମାଓବାଦୀ ମୃତାହତ ହେବା ପରେ ରଣନୀତିରେ ପରିବର୍ତ୍ତନ କରିଛି କେନ୍ଦ୍ରୀୟ କମିଟି।

hffhcxv

ମାଲକାନଗିରି: ଛତିଶଗଡ଼ରେ ସୁରକ୍ଷା ବାହିନୀର ଘନଘନ ଆକ୍ରମଣ ପରେ ଦୁର୍ବଳ ହୋଇ ପଡ଼ିଛି ନକ୍ସଲ ସଂଗଠନ। ଟପ୍ ମାଓ ନେତା ଚଲପତି ରାଓଙ୍କ ସମେତ ବହୁ ମାଓବାଦୀ ମୃତାହତ ହେବା ପରେ ରଣନୀତିରେ ପରିବର୍ତ୍ତନ କରିଛି କେନ୍ଦ୍ରୀୟ କମିଟି। ସଂଗଠନ ସୁଦୃଢ଼ କରିବାକୁ ବଡ଼ଧରଣର ଅଦଳବଦଳ ହୋଇଛି। ବସ୍ତର ଡିଭିଜନ୍ ମୁଖ୍ୟ ଭାବେ କାମ କରୁଥିବା ଦୁର୍ଦ୍ଦାନ୍ତ ମାଓବାଦୀ ହିଡ଼ମାଙ୍କୁ ହଟାଇ କେନ୍ଦ୍ରୀୟ କମିଟି ପତିରାମ ମାଝୀଙ୍କୁ ଦାୟିତ୍ବ ପ୍ରଦାନ କରିଛି। ଏଥିସହିତ କେନ୍ଦ୍ରୀୟ କମିଟି ତାଲିକାରେ ସାମିଲ୍ ହୋଇଛନ୍ତି ୧୨ ନୂଆ ମୁହଁ। 

ବର୍ଷକ ମଧ୍ୟରେ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ନକ୍ସଲ ସଂଗଠନର ଟପ୍ କ୍ୟାଡର୍‌ଙ୍କ ମୃତ୍ୟୁ, ବିପୁଳ ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ଜବତ ଘଟଣା ସଂଗଠନ ପାଇଁ ଶକ୍ତ ଧକ୍କା ସଦୃଶ୍ୟ ହୋଇଛି। ପ୍ରତିଶୋଧ ନେବା ପାଇଁ ମାଓ ସଂଗଠନ କେନ୍ଦ୍ରୀୟ କମିଟିରେ ୧୨ ଜଣ ନୂଆ ନେତାଙ୍କୁ ସାମିଲ୍‌ କରିଛି। କେନ୍ଦ୍ରୀୟ କମିଟିରେ ଦୁର୍ଦ୍ଦାନ୍ତ ମାଓନେତା ମାଡବୀ ହିଡ଼ମାଙ୍କ ନାଁ ନାହିଁ। ତାଙ୍କ ଜାଗା ନେଇଥିବା ପତିରାମ ମାଝୀଙ୍କ ନାମରେ ଛତିଶଗଡ଼ ସରକାର ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। 

ଆଗାମୀ ଦିନରେ ହିଡ଼ମା ପିଏଲ୍‌ଜିଏ ବାଟାଲିୟନ୍‌ର ନେତୃତ୍ବ ନେବ ନାହିଁ। ବସ୍ତରର ଦୁର୍ଦ୍ଦାନ୍ତ ନକ୍ସଲ ହିଡ଼ମାକୁ ଲୋକେ ଆଜି ବି ଭୟ କରନ୍ତି। ବସ୍ତରରେ ଘଟିଥିବା ବଡ଼ ନକ୍ସଲ ହମ୍‌ଲାରେ ହିଡ଼ମାର ହାତ ରହିଛି। ଗତ କିଛି ମାସ ତଳେ ହିଡ଼ମାର ନିଜ ଗାଁ ପୂବର୍ତ୍ତିକୁ ସୁରକ୍ଷା ବାହିନୀ କବଜା କରିନେବା ସହ ମାଓ ସଂଗଠନର ୱାର୍‌ ରୁମ୍‌କୁ କାର୍ଯ୍ୟାଳୟରେ ପରିଣତ କରିବା ପରଠାରୁ ଆରମ୍ଭ ହୋଇଛି ବିପର୍ଯ୍ୟୟ। ନକ୍ସଲ ସଂଗଠନରେ ଯେଉଁ ପରିବର୍ତ୍ତନ ହୋଇଛି ତା’ ଉପରେ ଦୃଷ୍ଟି ରଖିଛି ବସ୍ତର ପୁଲିସ। ୨୦୨୬ ମାର୍ଚ୍ଚ ସୁଦ୍ଧା ଛତିଶଗଡ଼କୁ ନକ୍ସଲ ମୁକ୍ତ କରିବା ପାଇଁ ଅପରେସନ୍‌ ଆରମ୍ଭ ହୋଇଛି। ଗୃହ ମନ୍ତ୍ରୀ ଅମିତ୍‌ ଶାହ ଏ ନେଇ ନିୟମିତ ଭାବେ ସମୀକ୍ଷା ମଧ୍ୟ କରୁଛନ୍ତି। ଗୁଇନ୍ଦା ସୂଚନାକୁ ଭିତ୍ତି କରି ସିଆରପିଏଫ୍, ବିଏସଏଫ୍, ଡିଆରଜି ଓ ଏସଟିଏଫ୍ ଯବାନ ଅପରେସନ୍‌ରେ ସାମିଲ୍ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe