ରାଜ୍ୟର ୧୭ଟି ଜିଲ୍ଲାକୁ ଆର୍ଲଟ ଜାରି କଲା ପାଣିପାଗ ବିଭାଗ

Advertisment
ଅଗଷ୍ଟର ପ୍ରଥମ ତିନି ସପ୍ତାହରେ ସ୍ବାଭାବିକ ଠାରୁ କମ୍‌ ବର୍ଷା

OdishaTV

ଭୁବନେଶ୍ବର: ଲଘୁଚାପ ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ। ପାଣିପାଗ ବିଭାଗ ପକ୍ଷରୁ ଏନେଇ ୧୭ଟି ଜିଲ୍ଲାକୁ ହାଇ ଆର୍ଲଟ ଜାରି କରାଯାଇଛି। ରାୟଗଡ଼ା, ଯାଜପୁର, ସୋନପୁର, ମୟୂରଭଞ୍ଜ ଜିଲ୍ଲାକୁ ଆର୍ଲଟ ଜାରି କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ବର ଓ କଟକରେ ତୁହାକୁ ତୁହା ବର୍ଷା ହେବାର ସମ୍ଭାବନା ରହିଛି।

୮ଟି ଜିଲ୍ଲାକୁ ସ୍ବଳ୍ପ ବର୍ଷା ହେବ ବ‌ୋଲି ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡ଼ିଛି। ସେହି ସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ଭଦ୍ରକ, ଅନୁଗୁଳ, ସମ୍ବଲପୁର ଓ ନୟାଗଡ଼।

୯ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆର୍ଲଟ ଜାରି କରାଯାଇଛି। କନ୍ଧମାଳ, ବୌଦ୍ଧ, ଜଗତ୍‌ସିଂହପୁର, କଟକ, ଖୋ‌ର୍ଦ୍ଧାରେ ପ୍ରବଳ ବର୍ଷିବ। ଦିନ ୧୧ଟା ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଉପକୂଳ ଜିଲ୍ଲାଗୁଡ଼ିକ ସମେତ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ବାକି ଜିଲ୍ଲାର କିଛି କିଛି ସ୍ଥାନରେ ବି ସ୍ବଳ୍ପ ବର୍ଷା ହୋଇଛି। ଉପକୂଳ ଓଡ଼ିଶାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ବି ହୋଇଛି। ଗଜପତି ଜିଲ୍ଲା ମୋହନାରେ ସର୍ବାଧିକ ୧୪୨.୦ମିମି ବର୍ଷା ହୋଇଥିବା ବେଳେ ପାରଳାଖେମୁଣ୍ଡି ୧୧୭.୦ ମିମି, ନୟାଗଡ଼ ୧୦୫.୦ ମିମି, ବ୍ରହ୍ମପୁର ୯୯.୪ମିମି, ଆସିକା ୯୭.୨ ମିମି ଓ କାଶୀନଗର ୯୧.୨ ମିମି ଲେଖାଏଁ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe