ତିନି ଜିଲ୍ଲାକୁ ହାଇଆଲର୍ଟ: ବଢ଼ୁଛି ହୀରାକୁଦ ଜଳସ୍ତର

Advertisment

ହୀରାକୁଦ ବନ୍ଧର ୨୦ ଗେଟ୍‌ ଖୋଲା ରହିଛି। ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୧୧.୫୮ ଫୁଟ ରହିଥିଲା। ସେହି ସମୟରେ ଜଳଭଣ୍ଡାରକୁ ହାରାହାରି ୫ ଲକ୍ଷ ୨୩ ହଜାର ୩୭୫ କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ‌....

ହୀରାକୁଦ ବନ୍ଧର ୨୦ ଗେଟ୍‌ ଖୋଲା ରହିଛି। ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୧୧.୫୮ ଫୁଟ ରହିଥିଲା। ସେହି ସମୟରେ ଜଳଭଣ୍ଡାରକୁ ହାରାହାରି ୫ ଲକ୍ଷ ୨୩ ହଜାର ୩୭୫ କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ‌....

hirakud dam

ସମ୍ବଲପୁର: ହୀରାକୁଦ ବନ୍ଧର ୨୦ ଗେଟ୍‌ ଖୋଲା ରହିଛି। ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୧୧.୫୮ ଫୁଟ ରହିଥିଲା। ସେହି ସମୟରେ ଜଳଭଣ୍ଡାରକୁ ହାରାହାରି ୫ ଲକ୍ଷ ୨୩ ହଜାର ୩୭୫ କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ‌ ଦେଇ ୩ ଲକ୍ଷ ୩୮ ହଜାର ୮୧୦ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ସ୍ପିଲ୍‌ୱେ ଦେଇ ୨ ଲକ୍ଷ ୯୯ ହଜାର ୫୬୦ କ୍ୟୁସେକ୍‌ ପାଣି ମହାନଦୀକୁ ନିଷ୍କାସିତ ହେଉଥିଲା। 

ପାୱାର ଚାନେଲରେ ୩୪ ହଜାର ୯୮୮ କ୍ୟୁସେକ୍‌, ଜଳସେଚନ ପାଇଁ ବିଭିନ୍ନ କେନାଲରେ ୪୦୨୮ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ୨୩୪ କ୍ୟୁସେକ୍‌ ଜଳ ଛଡ଼ାଯାଉଥିଲା। ବେଲଗାଁରେ ୧୮ ହଜାର ୫୦୦ କ୍ୟୁସେକ୍‌, ପର୍ଥଲାଠାରେ ୫୯ ହଜାର ୦୨୦ କ୍ୟୁସେକ୍‌, ଖଇରମାଳରେ ୪ ଲକ୍ଷ ୯୦ ହଜାର କ୍ୟୁସେକ୍‌, ବରମୂଳଠାରେ ୩ ଲକ୍ଷ ୯୨ ହଜାର ୫୦୦ କ୍ୟୁସେକ୍‌ ଓ ମୁଣ୍ଡଳିରେ ୨ ଲକ୍ଷ ୧୭ ହଜାର ୧୫୨ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ବେଲଗାଁ, ଖଇରମାଳ, ବରମୂଳ ଏବଂ ମୁଣ୍ଡଳିରେ ଜଳସ୍ତର ବୃଦ୍ଧି ପାଉଥିବା ନେଇ ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପରମୁଣ୍ଡରେ ୪୯.୪୭ ମିଲିମିଟର ଓ ତଳମୁଣ୍ଡରେ ୨୯.୬୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe