ସୋର: ବାଲେଶ୍ବରଜିଲ୍ଲା ସୋର ତହସିଲ ଅଞ୍ଚଳରେ ମାଫିଆରାଜ୍ ବଢ଼ିଚାଲିଛି। ଏଠାରେ ଥିବା ବାଗୁଡ଼ି ପଥର ଖାଦାନକୁ ପୂର୍ବରୁ ନିଲାମ ଦେଇ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ କରୁଥିଲେ। ଏବେ ଏହା ମାଫିଆଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି। ପ୍ରତି ମାସରେ ଏଠାରୁ ପ୍ରାୟ ୬ କୋଟିରୁ ଅଧିକ ଟଙ୍କାର ପଥର ଚୋରି ହେଉଥିବା ବେଳେ ପ୍ରଶାସନ ଏହାକୁ ରୋକି ପାରୁନାହିଁ। ଏଥିସହ ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖି ଆଗୁଆ ସୂଚନା ହାସଲ ପାଇଁ ମାଫିଆ କରିଛନ୍ତି ‘ହାଇଆଲର୍ଟ ମେମ୍ବର’ ହ୍ବାଟସ୍ଆପ୍ ଗ୍ରୁପ୍।
Governor Of Odisha: ଚକ୍ଷୁ ଦାନ ଉପରେ ଜନସଚେତନତା ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଆହ୍ୱାନ
ଅଧିକାରୀଙ୍କ ଉପରେ ନଜର ରଖୁଛନ୍ତି ଲଘୁଖଣିଜ ମାଫିଆ
ମାସିକ ଦରମାରେ ୩୦ଜଣଙ୍କୁ ନିୟୋଜିତ କରିଛନ୍ତି
ଚଢ଼ଉର ଯଥେଷ୍ଟ ପୂର୍ବରୁ ମିଳିଯାଉଛି ଖବର
ଯଦିଓ ପଥର ଚୋରି ରୋକିବାକୁ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି; ହେଲେ ମାଫିଆମାନେ ପ୍ରଶାସନଠାରୁ ଦୁଇ ପାଦ ଆଗରେ ରହି ପୂର୍ବ ଭଳି ଚୋରାଚାଲାଣ ଜାରି ରଖିଛନ୍ତି। ମାଫିଆମାନେ ସରକାରୀ ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ୩୦ରୁ ଅଧିକ ଲୋକଙ୍କୁ ମାସିକ ଦରମା ଦେଇ ରଖିଛନ୍ତି। ସେମାନେ ତହସିଲ ଓ ଥାନା ସମ୍ମୁଖରେ ଡେରା ପକାଇବା ସହିତ ବିଭିନ୍ନ ଛକରେ ଜଗି ରହୁଛନ୍ତି। ପ୍ରଶାସନିକ ଅଧିକାରୀମାନେ ଅଫିସ୍ରୁ ବାହାରକୁ ଗୋଡ଼ କାଢ଼ିବା ମାତ୍ରେ ମାଫିଆମାନଙ୍କ ଦ୍ବାରା ଗଢ଼ା ଯାଇଥିବା ହ୍ୱାଟସ୍ଆପ୍ ଗ୍ରୁପ୍ରେ ଏହି ତଥ୍ୟ ଅପଡେଟ୍ ହୋଇଯାଇଛି। ଏହି ଗ୍ରୁପ୍ରେ ଲଘୁଖଣିଜ ମାଫିଆ, ସେମାନଙ୍କ ସହଯୋଗୀ, କର୍ମଚାରୀ, ବାଲି ଓ ପଥର ଚୋରିରେ ବ୍ୟବହୃତ ଗାଡ଼ିର ଚାଳକ ଓ ସହାୟକ ଅଛନ୍ତି। ତେଣୁ ଗ୍ରୁପ୍ରେ ସୂଚନା ପଡ଼ିବା ମାତ୍ରେ ସମସ୍ତେ ସତର୍କ ହୋଇ ଯାଉଛନ୍ତି। ଏହି ଗ୍ରୁପ୍ରେ ମେସେଜ୍ ବଦଳରେ ଭଏସ୍ ଚାଟ୍ ଅଧିକ ବ୍ୟବହାର ହେଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
NH: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ୬ ଲେନ୍ କରିବା ନେଇ ହେବ ସର୍ଭେ
ବାଗୁଡ଼ି ଖାଦାନରୁ ପଥର ଲୁଟ୍ ଓ ସିମୁଳିଆ-ସୋର-ଖଇରା-ବାଲେଶ୍ବର ରାସ୍ତାରେ ବାଲି, ମୋରମ ଚାଲାଣ ରୋକିବା ପାଇଁ ଏବେ ତହସିଲଦାର ଦୈତାରୀ ମଲ୍ଲିକ ଅଣ୍ଟା ଭିଡ଼ିଛନ୍ତି। ଗତ ମାସକ ମଧ୍ୟରେ ସେ ୭ରୁ ଅଧିକ ବାଲି ବୋଝେଇ ଗାଡ଼ି ଜବତ କରିବା ସହିତ ପଥର ଖାଦାନରେ ଚଢ଼ଉ କରି ଜବତ ପଥରକୁ ନିଲାମ କରି ପ୍ରାୟ କୋଟିଏ ଟଙ୍କା ରାଜସ୍ୱ ଆଦାୟ କରିଛନ୍ତି। ଏହି କାରଣରୁ ଏବେ ମାଫିଆମାନେ ଶ୍ରୀ ମଲିକଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖୁଛନ୍ତି। ଏଥିପାଇଁ ‘ହାଇଆଲର୍ଟ ମେମ୍ବର’ ନାମରେ ଏକ ହ୍ୱାଟସ୍ଆପ୍ ଗ୍ରୁପ କରାଯାଇଛି। ଏନେଇ ତହସିଲଦାର ଶ୍ରୀ ମଲ୍ଲିକଙ୍କୁ ପଚାରିବାରୁ କେବଳ ଆମ ଉପରେ ନୁହେଁ ପୁଲିସ ଓ ଖଣି ଅଧିକାରୀଙ୍କ ଉପରେ ବି ସେମାନେ ନଜର ରଖୁଛନ୍ତି। ଫଳରେ ଆମେ ଚଢ଼ଉ କରିବାକୁ ଯିବା ପୂର୍ବରୁ ସମସ୍ତେ ସତର୍କ ହୋଇଯାଉଛନ୍ତି। ଏ ବାବଦରେ ଆମେ ପୁଲିସକୁ ଅବଗତ କରାଇଛୁ। ଖୁବ୍ଶୀଘ୍ର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/10/fkhkhfkhhf-2026-02-10-02-09-09.jpg)