ଜଳେଶ୍ବର: ଉତ୍ତର ବାଲେଶ୍ବର ହେଉଛି କୃଷିବହୁଳ ଅଞ୍ଚଳ। ୪ଟି ବ୍ଲକ୍; ଜଳେଶ୍ବର, ଭୋଗରାଇ, ବାଲିଆପାଳ ଓ ବସ୍ତାର ପ୍ରାୟ ୮୫ ପ୍ରତିଶତ ଲୋକ ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ। ସରକାରୀ ପରିସଂଖ୍ୟାନ ଅନୁଯାୟୀ ଏ ଅଞ୍ଚଳରେ ମୋଟ ୯୧ ହଜାର ୫୬୦ ହେକ୍ଟର ଜମି ଥିବାବେଳେ ସେଥି ମଧ୍ୟରୁ ପ୍ରାୟ ୭୯ ହଜାର ୪୫୬ ହେକ୍ଟର ଜମିରେ ଚାଷକାମ ହେଉଛି। ପ୍ରାୟ ୭୦ ହଜାର ପରିବାର କୃଷିକୁ ଜୀବିକା ଭାବେ ବାଛିଛନ୍ତି। ତେବେ ଜଳବାୟୁ ପରିବର୍ତ୍ତନ ଏବଂ ଯୁବପିଢ଼ି ଚାଷରୁ ମୁହଁ ଫେରାଉଥିବାରୁ ଏହି ଅଞ୍ଚଳର କୃଷି ଅର୍ଥନୀତି ଦୁର୍ବଳ ହେବାରେ ଲାଗିଛି।
Weekly Horoscope 2026 Feb 8 To Feb 14: ଜାଣନ୍ତୁ ଏ ସପ୍ତାହର ରାଶିଫଳ
କୃଷି ବିଭାଗର ଆକଳନ ଅନୁଯାୟୀ; ସମଗ୍ର ଜିଲ୍ଲାରେ ଯେତିକି ଜମିରେ ଚାଷ ହେଉଛି, ତା’ର ପାଖାପାଖି ୫୦ ପ୍ରତିଶତ ଚାଷ କେବଳ ଉତ୍ତର ବାଲେଶ୍ବରର ୪ଟି ବ୍ଲକ୍ରେ ହୋଇଥାଏ। ଏଠାରେ ଜଳସେଚନ ପାଇଁ ସୁବର୍ଣ୍ଣରେଖା, ଜଳକା, ଓଡ଼ିଶା କୋଷ୍ଟ କେନାଲ୍ ସମେତ ଅନ୍ୟ ଛୋଟଛୋଟ ଶାଖାନଦୀ, ପ୍ରାକୃତିକ ଜଳ ଉତ୍ସ ରହିଛି। ସେହିପରି ଭୋଗରାଇ ଓ ବାଲିଆପାଳର ବିସ୍ତୀର୍ଣ୍ଣ ଅଞ୍ଚଳର ଉର୍ବର ମାଟି ଚାଷ ପାଇଁ ପ୍ରକୃତିର ଆଶୀର୍ବାଦ ବୋଲି ବିବେଚନା କରାଯାଏ। ତେବେ ଭଲ ଭିତ୍ତିଭୂମି ଥିଲେ ମଧ୍ୟ ଏହାର ସୁବିନିଯୋଗ କରି କୃଷିକ୍ଷେତ୍ରକୁ ବଳ ଦେବା ପାଇଁ ସରକାରୀସ୍ତରରେ ଆଖିଦୃଶିଆ ଯୋଜନା ହୋଇ ନାହିଁ।
ଚାଷରୁ ମୁହଁ ଫେରାଉଛନ୍ତି ଯୁବପିଢ଼ି
କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବି
ଜଳବାୟୁ ପରିବର୍ତ୍ତନ ଯୋଗୁ ପାଣିପାଗରେ ଅନିୟମିତତା ଏବଂ ବର୍ଷରେ ୫ରୁ ୬ ଥର ବନ୍ୟା ଯୋଗୁ ଫସଲ ନଷ୍ଟ ହେଉଛି। ଏହାସହ ରୋଗପୋକ ପ୍ରାଦୁର୍ଭାବ, ଅଧୁନିକ କୃଷି ପ୍ରଣାଳୀ ବିଷୟରେ ସଚେତନତାର ଅଭାବ ଭଳି ବିଭିନ୍ନ କାରଣ ପାଇଁ ଏ ଅଞ୍ଚଳର ଚାଷୀ କ୍ଷତି ସହୁଛନ୍ତି। ତଥାପି ପୁରୁଣା ଚାଷୀମାନେ ସବୁ ବଧାବିଘ୍ନକୁ ଏଡ଼ାଇ ଚାଷ କରୁଥିବା ବେଳେ ଯୁବପିଢ଼ି ଥରେ କ୍ଷତି ହେଲେ ଆଉ ଚାଷ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ତେଣୁ ଯୁବଚାଷୀମାନେ ସମ୍ମୁଖୀନ ହେଉଥିବା ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ କୃଷି ବିଭାଗ ପକ୍ଷରୁ ସହଯୋଗ ଯୋଗାଇବାର ଆବଶ୍ୟକତା ରହିଛି।
Plane crashes in farming land: ବିଲରେ ଖସିଲା ବିମାନ: ୨ ପାଇଲଟ୍, ୪ ଯାତ୍ରୀ ଗୁରୁତର
ଚାଷୀମାନେ କିପରି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବେ, ଚାଷ ପାଇଁ ଉପଲବ୍ଧ ଥିବା ପ୍ରାକୃତିକ ଭିତ୍ତିଭୂମିର ସୁବିନିଯୋଗ କରିବେ ଏବଂ ଛାତ୍ରଛାତ୍ରୀ ଓ ଯୁବଚାଷୀ କୃଷି କ୍ଷେତ୍ରରେ ନୂଆ ପ୍ରୟୋଗ ପାଇଁ ଗବେଷଣାର ସୁଯୋଗ ପାଇବେ, ସେନେଇ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଏଥିପାଇଁ ଉତ୍ତର ବାଲେଶ୍ବରରେ, ବିଶେଷ କରି ଜିଲ୍ଲାର କେନ୍ଦ୍ରସ୍ଥଳ ଜଳେଶ୍ବରରେ ଏକ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଜରୁରୀ ହୋଇପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/08/dgjgjdgjbcnnbcbn-2026-02-08-02-02-26.jpg)