ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କର ମନୋବଳ ଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣ ୨୦୨୬ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପରୀକ୍ଷାର୍ଥୀଙ୍କ ସହ ଭୁବନେଶ୍ବର ୟୁନିଟ୍ ୧ ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଛନ୍ତି। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା ହୋଇ ପରୀକ୍ଷା ସମୟର ପ୍ରସ୍ତୁତି ଓ ପାଠପଢ଼ା ବିଷୟରେ ପରାମର୍ଶ ଦେଇଥିଲେ। ଚାପରେ ନୁହେଁ, ଧୈର୍ଯ୍ୟ ଧରି ପାଠ ପଢ଼ିଲେ ପରୀକ୍ଷାର ପ୍ରସ୍ତୁତି ଉଚ୍ଚକୋଟୀର ହୋଇଥାଏ। ପରୀକ୍ଷା ସମୟରେ ଏହି ଦୁଇଟି ଦିଗ ପ୍ରତ୍ୟେକ ପିଲାଙ୍କ ପାଇଁ ଲାଭଦାୟକ ହେବ। ନିଜର ଆତ୍ମବିଶ୍ବାସ ହିଁ ସଫଳତାର ଚାବିକାଠି ବୋଲି କହିଥିଲେ। ପଢ଼ିବା ପାଇଁ ଆରାମଦାୟକ ପରିବେଶର ଆବଶ୍ୟକତା ନାହିଁ, ଯଦି ପାଠ ପଢ଼ିବା ପାଇଁ ପ୍ରକୃତ ଇଚ୍ଛାଶକ୍ତି ଓ ମନୋବୃତ୍ତି ଥିବ ତେବେ ସବୁ ପରିବେଶ ଆରାମଦାୟକ ବୋଲି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କହିଥିଲେ।
Cricket: ଆଜିଠୁ ଟ୍ବେଣ୍ଟି-୨୦ ବିଶ୍ବକପ୍: ଆମେରିକାକୁ ଭେଟିବ ଭାରତ
ପିଲାମାନଙ୍କ କ୍ଷମତା, ଯୋଗ୍ୟତା ଓ ରୁଚି ଅନୁଯାୟୀ ସେମାନଙ୍କୁ ପରିବେଶ ଓ ସୁଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ପିଲାଙ୍କର ଚାରିତ୍ରିକ ବିକାଶ, ଶୃଙ୍ଖଳା ଜ୍ଞାନ ଏ ସବୁ ନିଜ ଘରେ, ନିଜ ପାରିବାରିକ ପରିବେଶରେ ହିଁ ବୃଦ୍ଧି ହୁଏ। ଏଣୁ ପିଲାଦିନରୁ ହିଁ ସେମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରନ୍ତୁ, ଦେଖିବେ, ପ୍ରତ୍ୟେକ ଶିଶୁ ଜଣେ ଉଦୀୟମାନ ଛାତ୍ର ଭାବେ ଉଭା ହେବ। ପରୀକ୍ଷାର ଫଳାଫଳରେ ଜୀବନର ସଫଳତାକୁ ନ ମାପି, ଜ୍ଞାନ ଆହରଣ କରିବାର ମାର୍ଗକୁ ବାଛିବା ଆବଶ୍ୟକ ବୋଲି କହିବା ସହ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଓସେପା ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/07/fhfshhsfhfh-2026-02-07-02-08-57.jpg)