Advertisment

High Court: ସରକାରୀ କାର୍ଯ୍ୟାଳୟ ଆଟାଚ୍‌ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ: ଘରୋଇ ସଂସ୍ଥାକୁ ଧାର୍ଯ୍ୟ ଟଙ୍କା ଦେବାକୁ ସରକାର ରାଜି

Advertisment

ଜମି ରେକର୍ଡ, ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଟାଚ୍‌ କରିବା ପାଇଁ ବରିଷ୍ଠ ସିଭିଲ୍‌ ଜଜ୍‌ (କମର୍ସିଆଲ୍‌)ଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟରୁ ସରକାରଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି।

ଜମି ରେକର୍ଡ, ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଟାଚ୍‌ କରିବା ପାଇଁ ବରିଷ୍ଠ ସିଭିଲ୍‌ ଜଜ୍‌ (କମର୍ସିଆଲ୍‌)ଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟରୁ ସରକାରଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି।

high court22

କଟକ: ଜମି ରେକର୍ଡ, ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଟାଚ୍‌ କରିବା ପାଇଁ ବରିଷ୍ଠ ସିଭିଲ୍‌ ଜଜ୍‌ (କମର୍ସିଆଲ୍‌)ଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟରୁ ସରକାରଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ଘରୋଇ ସଂସ୍ଥା ସିଲ୍‌ଭାସା ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଆର୍ବିଟେଟର୍‌ ଜଷ୍ଟିସ୍‌ ବି.ପି. ଦାସ ନିର୍ଦ୍ଦେଶ ଦେଇଥିବା ଧାର୍ଯ୍ୟ ଟଙ୍କାକୁ ପ୍ରଦାନ କରିବା ପାଇଁ ସରକାର ରାଜି ହୋଇଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ସମୟ ମଗାଯାଇଛି। ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେପର୍ଯ୍ୟନ୍ତ ବରିଷ୍ଠ ସିଭିଲ୍‌ ଜଜ୍‌ (କମର୍ସିଆଲ୍‌)ଙ୍କ ଆଟାଚ୍‌ମେଣ୍ଟ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ପରବର୍ତ୍ତୀ ଶୁଣାଣି ସୁଦ୍ଧା ଟଙ୍କା ପ୍ରଦାନ କରାଯିବା ସଂକ୍ରାନ୍ତରେ ସରକାର ଯଦି କୌଣସି ସ୍ପଷ୍ଟ ସୂଚନା ନ ରଖନ୍ତି, ତାହେଲେ ଅନ୍ତରୀଣ ନିର୍ଦ୍ଦେଶ ଉଠାଇ ଦିଆଯାଇପାରେ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି। ଜଷ୍ଟିସ୍‌ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଜମି ରେକର୍ଡ ଓ ସର୍ବେକ୍ଷଣ ନିର୍ଦ୍ଦେଶକ ଏବଂ ରାଜସ୍ବ ସଚିବଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଏସ୍‌.ଆର୍‌. ପଟ୍ଟନାୟକ ଏବଂ ସିଲ୍‌ଭାସା ଇନ୍‌ଫୋଟେକ୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ ବି.ଏସ୍‌. ତ୍ରିପାଠୀ ଓ ଜ୍ୟୋତିର୍ମୟ ପ୍ରସାଦ ବେହେରା ମାମଲା ପରିଚାଳନା କରୁଛନ୍ତି।

Encroachment: ରାସ୍ତା ସମ୍ପ୍ରସାରଣ ପାଇଁ ହଟୁଛି ୭୦ ବର୍ଷର ଗଛ

୧୩ ତାରିଖ ସୁଦ୍ଧା ସମୟସୀମା ସ୍ପଷ୍ଟ କରିବେ

ମାମଲାର ବିବରଣୀରୁ ପ୍ରକାଶ, ଘରୋଇ ସଂସ୍ଥା ସିଲ୍‌ଭାସା ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ୨୦୧୨ ମସିହାରେ ରେକର୍ଡ ରୁମ୍‌ ଆଧୁନିକୀକରଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲେ ବି ସରକାରଙ୍କ ଅବହେଳା ଯୋଗୁଁ କାର୍ଯ୍ୟ ବିଳମ୍ବ ହୋଇଥିଲା। ଏଥିପାଇଁ ସଂସ୍ଥାକୁ କଳାତାଲିକାଭୁକ୍ତ କରାଯାଇଥିଲା। ଏହା ବିରୋଧରେ ଏହି ସଂସ୍ଥା କୋର୍ଟଙ୍କ ଆଶ୍ରୟ ନେଇଥିଲା। ୨୦୧୫ରେ କଳା ତାଲିକାରୁ ଏହାକୁ ହଟାଯାଇଥିଲା। ଆଇନଗତ ଲଢ଼େଇ ପରେ ୨୦୧୭ରେ କାମ ଶେଷ ହୋଇଥିଲା। ହେଲେ ଚୂଡ଼ାନ୍ତ ବିଲ୍‌ ଦାଖଲ କରିବା ବେଳକୁ ସଂସ୍ଥା ଉପରେ ସରକାର ୮୦ଲକ୍ଷ ୩୫ହଜାର ୯୧୩ ଟଙ୍କାର ଜରିମାନା ଲଗାଇବାରୁ ଏହି ସଂସ୍ଥା ପୁଣି ଥରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। କୋର୍ଟରେ ୨୨୬ କୋଟି ୭୯ଲକ୍ଷ ୪୮ହଜାର ୩୭୧ ଟଙ୍କା ଦାବି କରିଥିଲା। ଏହାର ବିଚାର କରି କ୍ଷତିପୂରଣ ରାଶି ୭ କୋଟି ୪୬ ଲକ୍ଷ ୪୫ ହଜାର ୨୨୭ ଟଙ୍କା ଧାର୍ଯ୍ୟ କରାଯାଇଥିଲା ଓ ୩ ମାସ ମଧ୍ୟରେ ଜମି ରେକର୍ଡ ଓ ସର୍ଭେ ନିର୍ଦ୍ଦେଶକ ଏହାକୁ ପୈଠ କରିବାକୁ ୨୦୨୩ ମେ ୧୫ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସରକାରଙ୍କ ପକ୍ଷରୁ ତାହାକୁ ପାଳନ କରାଯାଇ ନଥିଲା।

Women Empowerment: ଗାଡି ଚଳାଇ ନିଆରା ପରିଚୟ ସୃଷ୍ଟି କରିଛନ୍ତି ସଞ୍ଜିତା, ରାଣୀ

ଏଥିଯୋଗୁଁ ଆବେଦନକାରୀ କଟକ ବରିଷ୍ଠ ସିଭିଲ ଜଜ୍ (କମର୍ସିଆଲ୍‌) ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ମୂଳ କ୍ଷତିପୂରଣ ରାଶି ସହିତ ୧୦ ପ୍ରତିଶତ ସୁଧ ମିଶାଇ ମୋଟ ୯ କୋଟି ୪୪ଲକ୍ଷ ୪୧ହଜାର ୫୫୦ ଟଙ୍କା ପ୍ରଦାନ କରିବାକୁ ଗତ ଜାନୁଆରି ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଟଙ୍କା ପୈଠ କରା ନ ଯିବାରୁ ଆବେଦନକାରୀଙ୍କ ଦାବି ଅନୁସାରେ ରାଜସ୍ବ ପର୍ଷଦର ଜମି ରେକର୍ଡ ଓ ସର୍ଭେ ନିର୍ଦ୍ଦେଶକଙ୍କ ଅଫିସର ସମସ୍ତ ଉପକରଣ ସହିତ ଯୋବ୍ରା ସେଟଲ୍‌ମେଣ୍ଟ କାର୍ଯ୍ୟାଳୟ ସଂପତ୍ତି ଆଟାଚ୍‌ କରିବାକୁ ଜାନୁଆରି ୧୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe