କଟକ: ହାଇକୋର୍ଟ ଏଏସ୍ଓ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ଗୁରୁତ୍ବପୂର୍ଣ୍ଣ ତଥ୍ୟ କମିସନରେଟ୍ ପୁଲିସକୁ ପ୍ରଦାନ କରିଛି। ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ ମାଲିକ ଶଙ୍କର ପୃଷ୍ଟି ସମେତ ୧୪ ଜଣଙ୍କ ତଥ୍ୟ କ୍ରାଇମବ୍ରାଞ୍ଚ ପ୍ରଦାନ କରିଛି। ଏଥିରେ ସମସ୍ତ ଅଭିଯୁକ୍ତଙ୍କ ନାଁ, ଠିକଣା, ସିଡିଆର୍(କଲ୍ ଡିଟେଲ୍ ରେକର୍ଡ), ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, ଆଇପିଡିଆର୍(ଇଣ୍ଟରନେଟ୍ ପ୍ରୋଟୋକଲ୍ ଡିଟେଲ୍ ରେକର୍ଡ), ମୋବାଇଲ୍ ନମ୍ବର କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଛି। ହାଇକୋର୍ଟ ଏଏସ୍ଓ ପରୀକ୍ଷା କେଳେଙ୍କାରୀ ଘଟଣାରେ ଥିବା ଅଭିଯୁକ୍ତ ପୁଲିସ ଏସ୍ଆଇ କେଳେଙ୍କାରୀରେ ସାମିଲ ଥିବାରୁ କଟକ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଦସ୍ତାବିଜ ପ୍ରଦାନ କରିବାକୁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯାଇଥିଲା।
ସିଡିଆର୍, ଆଇପିଡିଆର୍, ଠିକଣା, ବ୍ୟାଙ୍କ୍ ଦସ୍ତାବିଜ ଦାଖଲ
ସୂଚନା ଅନୁଯାୟୀ, ହାଇକୋର୍ଟ ଏଏସ୍ଓ ପରୀକ୍ଷା ଘଟଣାରେ ଲାଲବାଗ ଥାନା ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଅଧିକ ଖୋଳତାଡ଼ ପରେ ଶଙ୍କର ଲିଙ୍କ୍ ସାମନାକୁ ଆସିଥିଲା। କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ୧୧୪ ଗିରଫ ଆଶାୟୀଙ୍କୁ ବାଦ୍ ଦେଲେ ୧୪ ଜଣଙ୍କ ସମ୍ପର୍କିତ ତଥ୍ୟ ପ୍ରଦାନ କରିଛି। ଏଥିରେ ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟି ସମେତ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ, ଦକ୍ଷିଣ ଓଡ଼ିଶା ସିଣ୍ଡିକେଟ୍ ବୁଝୁଥିବା କଟକ ଜିଲ୍ଲା ବୈଦେଶ୍ବର ଥାନା କଳାପଥର ଅଞ୍ଚଳର ମୁନା ମହାନ୍ତି, ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଶ୍ରୀକାନ୍ତ ମହାରଣା ଓରଫ ରିଙ୍କୁ, ଉତ୍ତର ଓଡ଼ିଶା ସିଣ୍ଡିକେଟ୍ ବୁଝୁଥିବା ବାଲେଶ୍ବର ଜିଲ୍ଲା ସିଙ୍ଗଲା ଥାନା ନାବରା ଅଞ୍ଚଳର ଅରବିନ୍ଦ ଦାସ, ଓଡ଼ିଶା ପୁଲିସ ବାଟାଲିୟନରେ ସିପାହି ଥିବା କଟକ ଜିଲ୍ଲା ବିଦ୍ୟାଧରପୁରର ବିଶ୍ବରଞ୍ଜନ ବେହେରା, ଦଶପଲ୍ଲାର ଟି. ଅଭିମନ୍ୟୁ ଦୋରା, ପ୍ରାର୍ଥୀ ଯୋଗାଡ଼ ଓ ସେମାନଙ୍କ ନିକଟରୁ ସାର୍ଟିଫିକେଟ ସଂଗ୍ରହ କରୁଥିବା
Electric: ବିଜୁଳି ଆଲୁଅରୁ ବଞ୍ଚିତ ଟିକରପଡ଼ାର ୨୦ ପରିବାର
ଭୁବନେଶ୍ବର ଭାଗବତ ସନ୍ଧାନରେ ରହୁଥିବା ଢେଙ୍କାନାଳ ଜିଲ୍ଲା ମୁକୁନ୍ଦପୁରର ପ୍ରିୟଦର୍ଶିନୀ ସାମଲ, କଟକ ଜିଲ୍ଲା ବୈଦେଶ୍ବରର ଦଲାଲ ଲୋକନାଥ ସାହୁ, ବ୍ରହ୍ମପୁର ବୈଦ୍ୟନାଥପୁରର ସାଗର କୁମାର ଗୌଡ଼। ଅନ୍ୟପଟେ ପ୍ରାର୍ଥୀ ପିଛା ୨୦ ଲକ୍ଷ ଟଙ୍କା ଡିଲ୍ ହୋଇଥିବାରୁ, ଶଙ୍କର ଗ୍ୟାଙ୍ଗ ନିକଟକୁ ଯାଇଥିବା ଟଙ୍କା ସମ୍ପର୍କିତ ପ୍ରମାଣ ପୁଲିସ ବ୍ୟାଙ୍କରୁ ସଂଗ୍ରହ କରିଛି। ଯେଉଁ ପ୍ରାର୍ଥୀମାନେ ଟଙ୍କା ଦାଖଲ କରିଥିଲେ, ସେ ତଥ୍ୟ ପୁଲିସ ହାତରେ ଲାଗିଥିବା ବେଳେ କ୍ରାଇମବ୍ରାଞ୍ଚ ପୂର୍ବରୁ ଗିରଫ କରିଥିବା ଅଭିଯୁକ୍ତଙ୍କୁ କମିସନରେଟ୍ ପୁଲିସ ରିମାଣ୍ଡରେ ଆଣିବା ପରେ କୋର୍ଟରେ ଏହି ଆର୍ଥିକ କାରବାର ସଂକ୍ରାନ୍ତ ଦସ୍ତାବିଜ ଦାଖଲ କରାଯିବ ବୋଲି ସୂଚନା ମିଳିଛି।
Scam: ଭଦ୍ରକ ଜିଲ୍ଲାରେ ହାଇମାଷ୍ଟ ଲାଇଟ ଲଗାରେ ଦୁର୍ନୀତିକୁ ନେଇ ତଦନ୍ତ ବାଟବଣା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/17/odisha-high-court-2025-12-17-13-53-19.png)