ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଗଂଜାମ ଓକିଲ ସଂଘ ପକ୍ଷରୁ ସତ୍ୟାଗ୍ରହ ଜାରି ରହିଛି। ସଂଘ କାର୍ଯ୍ୟାଳୟ ସମ୍ମୁଖରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଧାରଣା ଦୋବ ସହ ଦାବି ଉପସ୍ଥାପନ କରିଛନ୍ତି। ପ୍ରତିମାସର ଶେଷ ୪ଦିନ ସଂଘ ପକ୍ଷରୁ ଏଭଳି ସତ୍ୟାଗ୍ରହ ଜାରି ରହିଛି। ଏହାମଧ୍ୟରେ ଗଂଜାମ ଓକିଲ ସଂଘ ପକ୍ଷରୁ ଏକ ୧୦ ଜଣିଆ କମିଟି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବାକୁ ଏକ ଚିଠି ପ୍ରେରଣ କରିଥିବା ଜଣାପଡ଼ିଛି। ଏହାର ଏକ ନକଲ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ପଠାଯାଇଛି। କେବେଦିନ ଧାର୍ଯ୍ୟ ହେଉଛି ଓ ସାକ୍ଷାତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଡୁ ଡାକରା ଆସୁଛି, ତାହା ଦେଖିବାକୁ ବାକି ରହିଲା। ଉଲ୍ଲେଖଯୋଗ୍ୟ ଯେ ହ୍ମପୁରରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଏକ ଆକ୍ସନ୍ କମିଟି ଗଠନ କରା ଯାଇଥିଲା। ଏହାର ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ସାଂସଦ ଏବଂ ସହଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକଙ୍କୁ ମନୋନୀତ କରା ଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us