ରାଜ୍ୟସଭାରେ ଉଠିଲା ହାଇକୋର୍ଟ ବେଞ୍ଚ୍‌ ପ୍ରସଙ୍ଗ

Advertisment
ଶେଷ ହେଲା ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ: ଏକାଧିକ ରାଜ୍ୟ ପ୍ରସଙ୍ଗ ଉପସ୍ଥାପନ କରିଛି ବିଜେଡି

livemint.com

ନୂଆଦିଲ୍ଲୀ: ଆଜି ରାଜ୍ୟସଭାର ଶୂନ୍ୟକାଳରେ ପଶ୍ଚିମଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଙ୍ଗ ଉଠିଛି। ବିରୋଧୀ ଦଳ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହେଉଥିବାବେଳେ ବିଜେଡିର ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, ପଶ୍ଟିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ୍‌ ପ୍ରତିଷ୍ଠା ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଆନ୍ଦୋଳନ, ଧାରଣା, ବିକ୍ଷୋଭ ମଧ୍ୟ ଜାରି ରହିଛି। କୋର୍ଟ ଗୁଡ଼ିକ ମାସ ମାସ ଧରି କାର୍ଯ୍ୟ କରୁନାହିଁ ଏବଂ ଅଫିସ ଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଛି। ଗରିବ ତଥା ଆର୍ଥିକ ଦୁର୍ବଳ ଲୋକମାନେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ୍‌ ନଥିବା ଯୋଗୁଁ କଟକ ଯାଇ ସେମାନଙ୍କ ମାମଲା ଲଢ଼ିବା ପାଇଁ ସମର୍ଥ ହୋଇପାରୁ ନାହାନ୍ତି ଏବଂ ସେମାନଙ୍କୁ ଅନେକ ପ୍ରତିବନ୍ଧକ ସାମ୍‌ନା କରିବାକୁ ପଡୁଛି। ଅପରପକ୍ଷେ କଟକ ହାଇକୋର୍ଟରେ ୧.୫ କୋଟି ମାମଲା ବିଚାରାଧୀନ ରହିଛି। ସରକାର ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନା ପାଇଁ ଯଶଵନ୍ତ ସିଂହ କମିସନ ଗଠନ କରିଥିଲେ। ଓଡ଼ିଶା ହାଇକୋର୍ଟର ବେଞ୍ଚ୍‌ ପ୍ରତିଷ୍ଠା ପାଇଁ ସମସ୍ତ ସର୍ତ୍ତ ପୂରଣ କରୁଥିବାବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ଫଳରେ, ଲକ୍ଷାଧିକ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ। ଏଥିସହିତ, ପଶ୍ଚିମ ଓଡ଼ିଶାରେ ବେଞ୍ଚ୍‌ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ଏପରିସ୍ଥଳେ, କେନ୍ଦ୍ର ସରକାର ଓଡ଼ିଶା ହାଇକୋର୍ଟଙ୍କ ସହିତ ବିଚାରବିମର୍ଶ କରି ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ବେଞ୍ଚ୍‌ ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ସାଂସଦ ଶ୍ରୀ ଆଚାର୍ଯ୍ୟ ଦାବି କରିଥିଲେ।

ଅନ୍ୟପକ୍ଷରେ, ରାଜ୍ୟସଭାର ଶୂନ୍ୟକାଳରେ ବିଜେଡିର ଅନ୍ୟ ଦୁଇଜଣ ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ଭିନ୍ନଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ସାଂସଦ ଶ୍ରୀ ନନ୍ଦ ଏରିଆ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଉଦ୍ୟାନ କୃଷିର ସମନ୍ବିତ ବିକାଶ ପାଇଁ ସହାୟତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ସେହିଭଳି, ସାଂସଦ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦ୍ବାରା କୃଷକ ମାନଙ୍କଠାରୁ କିଣୁଥିବା ଦାନ ପାଇଁ କେନ୍ଦ୍ର ସରକାର ଆଗୁଆ ଅର୍ଥ ପ୍ରଦାନ କରିବା ପାଇଁ କହିଥିଲେ। ଏଥିସହିତ, ସବ୍‌ସିଡି ବାବଦରେ ମିଳିବାକୁ ଥିବା ୪,୨୧୫ କୋଟି ଟଙ୍କା ଶୀଘ୍ର ପୈଠ କରିବା ପାଇଁ ସେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe