ଆହୁରି ତେଜିବ ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ

Advertisment
ଆଇନଜୀବୀଙ୍କୁ ପୁଲିସ ମାଡ଼ମାରିବା ଘଟଣା: ୯ ଯାଏ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଜାରି ରହିବ

ସମ୍ବଲପୁର: ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ। ସମ୍ବଲପୁର ଓକିଲ ସଂଘ ଆକ୍ସନ କମିଟି ବୈଠକରେ ଏ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଦୁଇ ଦିନ ପରେ ଦଶହରା ଛୁଟି ଶେଷ ହେଉଛି। ୨୫ ତାରିଖରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବା ସହିତ ଏହାର ରୂପରେଖ ପରିବର୍ତନ କରାଯିବ। ହାଇକୋର୍ଟ ବେଞ୍ଚ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ସ୍ବତନ୍ତ୍ର ପ୍ରତିନିଧି ଦଳ ପଠାଇବା ଏବଂ କେନ୍ଦ୍ର ସରକାର ସ୍ବତନ୍ତ୍ର ଆଇନ ପ୍ରସ୍ତୁତ ପାଇଁ ଦାବି କରାଯାଇଛି। ମାତ୍ର ଏ ନେଇ ରାଜ୍ୟ ସରକାର ପଦକ୍ଷେପ ନେଉନଥିବାରୁ ଆନ୍ଦୋଳନ ବ୍ୟା‌ପକ କରିବାର ଆବଶ୍ୟକତା ରହିଥିବା ଆକ୍ସନ କମିଟି କହିଛି। କମିଟି ସଭାପତି ପ୍ରଦୀପ ବହିଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓକିଲ ସଂଘ ବିଜିତେନ୍ଦ୍ରୀୟ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଦଶହରା ଅବସରରେ ଢୁକୁ ପଡ଼ା, ଜିଲ୍ଲା ସ୍କୁଲ, ମାନେଶ୍ବର, ସିନ୍ଦୁରପଙ୍କ ସମେତ ସହରର ସମସ୍ତ ପୂଜା ପଣ୍ଡାଲରେ ହାଇକୋର୍ଟ ବେଞ୍ଚକୁ ସମର୍ଥନ କରି ବ୍ୟାନର ଲଗାଯାଇ ଥିଲା। ଏହାକୁ ଓକିଲ ସଂଘ ସ୍ବାଗତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe