ଶ୍ରୀମନ୍ଦିରରେ ବାନା ଲାଗି କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

Advertisment
ଶ୍ରୀମନ୍ଦିରରେ ବାନା ଲାଗି କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ପୁରୀ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍ ଜାଭେରୀ ଆଜି ଶ୍ରୀମନ୍ଦିର ନୀଳଚକ୍ରରେ ୧୪ ହାତର ଏକ ବାନା ବନ୍ଧାଇଛନ୍ତି। ମଙ୍ଗଳବାର ଅପରାହ୍ନ ୫ଟାରେ ଜଷ୍ଟିସ୍‌ ଜାଭେରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଚୁନ‌ରା ସେବକଙ୍କଠାରୁ ବାନା କିଣିଥିଲେ। ପରେ ଜଣେ ଚୁନରା ‌ସେବକ ତାଙ୍କ ପ୍ରଦତ୍ତ ବାନା ଧରି ମନ୍ଦିର ଉପରେ ଚଢିଥିଲେ ଏବଂ ନୀଳଚକ୍ରର ଅଗ୍ରଭାଗରେ ବାନାଟିକୁ ବାନ୍ଧିଥିଲେ। ଏହି ଅବସରରେ ଜଷ୍ଟିସ୍‌ ଜାଭେରୀ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ମନ୍ଦିର ଭିତରେ ରହିଥିଲେ। ତେବେ ଜଷ୍ଟିସ୍‌ ଜାଭେରୀ କେଉଁଥି ପାଇଁ ବାନା ବାନ୍ଧିଲେ ତାହା ଜଣାପଡ଼ିନଥିଲେ ମଧ୍ୟ ମହାପ୍ରଭୁଙ୍କ ପ୍ରତି ତାଙ୍କର ଶ୍ରଦ୍ଧାକୁ ନେଇ ଢେର୍‌ ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe