ଚନ୍ଦ୍ରଗ୍ରହଣ ପାଇଁ ଆଜି ହାଇକୋର୍ଟ ଛୁଟି

Advertisment
ଚନ୍ଦ୍ରଗ୍ରହଣ ପାଇଁ ଆଜି ହାଇକୋର୍ଟ ଛୁଟି

କଟକ : ଜୁଲାଇ ୨୭ ତାରିଖ, ଶୁକ୍ରବାର ଦିନ ହାଇକୋର୍ଟ ଛୁଟି ରହିବ। ଏ ନେଇ ଆଜି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶୁକ୍ରବାର ପୂର୍ଣ୍ଣିମା ତଥା ଚନ୍ଦ୍ର ଗ୍ରହଣ ପଡୁଥିବା ଦୃଷ୍ଟିରୁ ଏହି ଦିନ ଛୁଟି କରିବା ପାଇଁ ଆଇନଜୀବୀମାନେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଥିଲେ। ଶୁକ୍ରବାର ଛୁଟି ଘୋଷଣା କରାଯାଇଥିବା ବେଳେ ବଦଳରେ ଏହି ବର୍ଷ କୌଣସି କାର୍ଯ୍ୟ ଦିବସ ଶନିବାର ଦିନ କୋର୍ଟ କାର୍ଯ୍ୟ ହେବ। ଏ ନେଇ ଫୁଲ କୋର୍ଟରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe