୫ ମାମଲାରେ ମାଓନେତା ସବ୍ୟସାଚୀଙ୍କୁ ହାଇକୋର୍ଟରୁ ଜାମିନ

ସବ୍ୟସାଚୀ ପଣ୍ଡାଙ୍କୁ ଜାମିନ

ରା.ଉଦୟଗିରି : ଗଜପତି ଜିଲ୍ଲାର ବିଭିନ୍ନ ଥାନାରେ ଥିବା ୫ଟି ମାମଲାରେ ମାଓନେତା ସବ୍ୟସାଚୀଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଜାମିନ ପ୍ରଦାନ କରା ଯାଇଥିବା ଜଣାପଡ଼ିଛି। ୨୦୦୯ରେ ଅଡ଼ବା ଥାନା ଝିଲିକି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ମାମଲା, ୨୦୧୪ ଫେବ୍ରୁ୍ଆରି ୨୮ରେ ମୋହନା ଥାନା ମୁଖି ଜଙ୍ଗଲରେ ପୁଲିସ ଉପରକୁ ଗୁଳିମାଡ଼(କେସ୍‌ ନଂ ଜିଆର୍‌୨୨/୨୦୧୪), ଭାଲିଆଗୁଡ଼ା ଏନ୍‌କାଉଣ୍ଟର ପରେ ଗ୍ରାମବାସୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣ, ଅଡ଼ବା ଥାନା ରାଇପଙ୍କା ବସ୍‌ ଓ ଟାୱାର୍‌ ପୋଡ଼ି ଘଟଣା(କେସ୍‌ ନଂ ଜିଆର୍‌୨୬୨/୨୦୦୯, ୨୬୩/୨୦୦୯))କୁ ନେଇ ତାଙ୍କ ନାମରେ ଏହି ୫ଟି ମାମଲା ରହିଥିଲା।

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲାରେ ସବ୍ୟସାଚୀଙ୍କ ନାମରେ ବିଭିନ୍ନ ସମୟରେ ୪୮ଟି ମାମଲା ରୁଜୁ ହୋଇଥିଲା। ଏଥିରୁ ୪୨ଟି ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ବେଳେ ଆଉ ୬ଟି ମାମଲା ବିଚାରଧୀନ ରହିଛି। ଏଥିରୁ ୫ଟି ମାମଲାରେ ଜାମିନ ମିଳିଥିବା ତାଙ୍କ ଓକିଲ ସ୍ୱରୂପ କୁମାର ପାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe