କରୋନା ସଂକ୍ରମଣ ସ୍ଥିତିକୁ ନେଇ ହାଇକୋର୍ଟ ଜାରିକଲେ ନି‌ର୍ଦ୍ଦେଶ, ଜୁନ୍ ୩୦ ପର୍ଯ୍ୟନ୍ତ ଉଚ୍ଛେଦ ବନ୍ଦ

Advertisment

ଅନ୍ତରୀଣ ନିର୍ଦ୍ଦେଶ, ପାରୋଲ, ଅନ୍ତରୀଣ ଜାମିନ ଅବଧି ବୃଦ୍ଧି

ଅନ୍ତରୀଣ ନିର୍ଦ୍ଦେଶ, ପାରୋଲ, ଅନ୍ତରୀଣ ଜାମିନ ଅବଧି ବୃଦ୍ଧି

ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

କଟକ : କରୋନା ସଂକ୍ରମଣକୁ ନେଇ ପୁଣି ଦେଖାଦେଇଥିବା ପରିସ୍ଥିତିକୁ ବିଚାରକୁ ନେଇ ହାଇକୋର୍ଟ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅନ୍ତରୀଣ ନିର୍ଦ୍ଦେଶ, ସୁରକ୍ଷା, ଅନ୍ତରୀଣ ଜାମିନ, ପାରୋଲର ଅବଧି ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ବୃଦ୍ଧି କରିଥିବାବେଳେ ନିର୍ମାଣ, ଉଚ୍ଛେଦ ଉପରେ ଜାରି କରିଛନ୍ତି ଅଙ୍କୁଶ। ମୁଖ୍ୟ ବିଚାରପତି ଡକ୍ଟଟ ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

ସାରାଦେଶରେ ‌କରୋନା ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଇ ଏପ୍ରିଲ ୨୭ରେ ସୁପ୍ରିମକୋର୍ଟ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଆଜି ହାଇକୋର୍ଟ କରୋନା ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଇ ନିଜଆଡୁ ମାମଲା ରୁଜୁ କରିଥିଲେ। କେତେକ ଗୁରୁତ୍ବପୂର୍ଣ୍ଣ ଦିଗକୁ ହାଇକୋର୍ଟ ବିଚାରକୁ ନେଇ ଆଜି ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ପ୍ରସଂଗରେ ସମସ୍ତଙ୍କୁ ଅବଗତ କରାଯିବ ଓ ପ୍ରସାର କରାଯିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଦ୍ବାରା ମହକିଲମାନେ ଏହି ନିର୍ଦ୍ଦେଶ ସଂପର୍କରେ ଅବଗତ ହୋଇ ଅଯଥା ତରବର ହୋଇ ଅଦାଲତକୁ ଯିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ, ସୁରକ୍ଷାର ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ତଥା ହାଇକୋର୍ଟଙ୍କ ଅଧୀନରେ ଥିବା ରାଜ୍ୟର ସମସ୍ତ ସର୍ବ-ଅର୍ଡିନେଟ୍ କୋର୍ଟ, ପରିବାର ଅଦାଲତ, ‌ଶ୍ରମ ଅଦାଲତ, ଟ୍ରିବୁନାଲ, ଜୁଡିସିଆଲ ବା କ୍ବାସିଜୁଡିସିଆଲ ଫୋରମ ଜାରି କରିଥିବା ଅନ୍ତରୀଣ ନିର୍ଦ୍ଦେଶ ଯଦି ଆଜିଦିନରେ ବଳବତ୍ତର ଥିବ ତେବେ ଏହାର ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଯଦି ରାଜ୍ୟର କୌଣସି ଅଦାଲତର ଅନ୍ତରୀଣ ନିର୍ଦ୍ଦେଶର ସମୟସୀମା ନଥିବ ଓ ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ଆଦେଶ ରହିଥିବ ତେବେ ନିର୍ଦ୍ଦିଷ୍ଟ ମାମଲାରେ ଏହା ସଂଶୋଧିତ ବା ଉଠାଇଦେବା ପାଇଁ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ। କୌଣସି ସିଭିଲ କୋର୍ଟ ବା ଅନ୍ୟ ଫୋରମରେ ବିଚାରାଧୀନ ସୁଟ୍ ବା ମାମଲାରେ ରିଟିନ୍ ଷ୍ଟେଟମେଣ୍ଟ ବା ଜବାବ ଦାଖଲ ନେଇ ଯଦି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନଥିବ ତେବେ ଏହାର ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଯଦି ପକ୍ଷ ରିଟିନ୍ ଷ୍ଟେଟମେଣ୍ଟ ବା ଜବାବ ଦାଖଲ କରିବା ଭଳି ସ୍ଥିତିରେ ରହିଥାନ୍ତି ତେବେ ଏହା ଏପରି ତାରିଖ ପୂର୍ବରୁ ଦାଖଲ କରି ପାରିବେ। ଏଥିସହିତ ଉଚ୍ଛେଦ, ବେଦଖଲ ଓ ଭାଙ୍ଗିବା ଇତ୍ୟାଦି ସଂକ୍ରାନ୍ତରେ ହାଇକୋର୍ଟ ବା ଅନ୍ୟ ସବ୍-ଅର୍ଡିନେଟ୍ କୋର୍ଟ, ଟ୍ରିବୁନାଲ, ଜୁଡିସିଆଲ କିମ୍ବା କ୍ବାସିଜୁଡିସିଆଲ ଫୋରମ ଜାରି କରିଥିବା ନିର୍ଦ୍ଦେଶ ଏହି ଅବଧି ପର୍ଯ୍ୟନ୍ତ ସ୍ଥଗିତ ରହିବ। ମେଡିକାଲ କ୍ଷମତାପରିସରଭୁକ୍ତ ମାମଲାଗୁଡିକୁ ଏଥିରୁ ବାଦ ଦିଆଯାଇଛି।

ସିଆରପିସିର ଧାରା ୪୩୮ରେ ଆଗୁଆ ଜାମିନ ଆବେଦନ ସଂକ୍ରାନ୍ତରେ ହାଇକୋର୍ଟ ବା ଦୌରା ଅଦାଲତ ଦ୍ବାରା ପ୍ରଦାନ କରାଯାଇଥିବା ସମସ୍ତ ଅନ୍ତରୀଣ ସୁରକ୍ଷା ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆଜି ମାମଲାର ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଶୁଣାଣି ସମୟରେ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଏଏସଜି ପ୍ରସନ୍ନ କୁମାର ପାଢୀ, ହାଇକୋର୍ଟ ବାର୍ ଆସୋସିଏସନ୍ ଉପସଭାପତି ଦେବୀ ପ୍ରସାଦ ଦାଶ ଓ ସଂପାଦକ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ମତ ଉପସ୍ଥାପନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୯କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe