ଘର ଟିକସ ବୃଦ୍ଧି ପ୍ରସଙ୍ଗରେ ବିଏମ୍‌ସିକୁ ଝଟ୍‌କା, ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ

Advertisment
ସୂଚନା ଅଧିକାର ଆଇନ: ଅନ୍‌ଲାଇନ ଦରଖାସ୍ତର ହାର୍ଡ କପି ଦାଖଲ ଅନାବଶ୍ୟକ

New Indian Express

ବ୍ରହ୍ମପୁର : ଘର ଟିକସ ବୃଦ୍ଧି ପ୍ରସଙ୍ଗରେ ବ୍ରହ୍ମପୁର ମହାନଗର ନିଗମକୁ ଝଟ୍‌କା ଲାଗିଛି। ନିଗମ ପକ୍ଷରୁ ବର୍ଦ୍ଧିତ ଘର ଟିକସ ଆଦାୟ ଉପରେ ମାନ୍ୟବର ହାଇକୋର୍ଟ ରୋକ୍‌ ଲଗାଇଛନ୍ତି। ସେହିପରି ପ୍ରତ୍ୟେକ ଘର ପିଛା କାହିଁକି ୟୁଜର୍ସ ଫି ଆଦାୟ କରାଯିବ ସେ ଉପରେ ଉତ୍ତର ରଖିବା ପାଇଁ ହାଇକୋର୍ଟ ରାଜ୍ୟ ସରକାର ଓ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ କରିଥିବା ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ପୀତବାସ ପଣ୍ଡା କହିଛନ୍ତି। ଆଇନଜୀବୀ ପଣ୍ଡାଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ପିଟିସନ୍‌ର ଶୁଣାଣି କରି ଘର ଟିକସ୍‌ ବୃଦ୍ଧି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି କୋର୍ଟ। ପୁରୁଣା ଧାର୍ଯ୍ୟ ଦର ଅନୁସାରେ ଟିକସ୍‌ ଆଦାୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବ୍ରହ୍ମପୁର ମହାନଗର ନିଗମ ବିନା କୌଣସି ଜନ ଶୁଣାଣିରେ ୨୦୨୦-୨୧ ଆର୍ଥିକ ବର୍ଷରୁ ବାର୍ଷିକ ଘର ଟିକସ୍‌ ବୃଦ୍ଧି କରିବା ସହିତ ୟୁଜର୍ସ ଫି ଲାଗୁ କରିଥିଲେ। ଯାହାକି କରୋନା କାଳରେ ଲୋକଙ୍କ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଥିଲା। ଏହାକୁ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ତରଫରୁ ତୀବ୍ର ବିରୋଧ କରାଯାଇଥିଲା। ବିଏମ୍‌ସିର ଏହି ନିଷ୍ପତ୍ତି ବିରୋଧରେ କଂଗ୍ରେସ ନେତା ତଥା ଆଇନଜୀବୀ ପଣ୍ଡା ସ୍ବରୋତ୍ତୋଳନ କରିବା ସହିତ ଆନ୍ଦୋଳନ କରିଥିଲେ। ଏପରିକି ଗତ ମାର୍ଚ୍ଚ ମାସ ୨୨ତାରିଖରେ ହାଇକୋର୍ଟରେ ଏକ ପିଟିସନ୍‌ ରୁଜୁ କରିଥିଲେ। ମାନ୍ୟବର କୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ସମସ୍ତ କାଗଜ ପାତ୍ର ତର୍ଜମା କରିବା ପରେ ଏହି ନିର୍ଦ୍ଦେଶ ଜାରି ହୋଇଥିବା ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ଏହି ଆଦେଶକୁ ଶ୍ରୀ ପଣ୍ଡା ସ୍ୱାଗତ କରିବା ସହ ଏହାଦ୍ବାରା ବ୍ରହ୍ମପୁର ସହରବାସୀ ଉପକୃତ ହେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe