ନୂଆପଡ଼ା ଗସ୍ତରେ ହାଇକୋର୍ଟ ବିଚାରପତି

Advertisment
ନୂଆପଡ଼ା ଗସ୍ତରେ ହାଇକୋର୍ଟ ବିଚାରପତି

ନୂଆପଡ଼ା: ହାଇକୋର୍ଟ ବିଚାରପତି ଗୌରୀଶଙ୍କର ଶତପଥୀ ଆଜି ନୂଆପଡ଼ା ଗସ୍ତରେ ଆସିଛନ୍ତି। ଶ୍ରୀ ଶତପଥୀ ନୂଆପଡ଼ା ଜିଲ୍ଲା କାର୍ଟରେ ପହଞ୍ଚି ଜିଲ୍ଲାର ବିଭିନ୍ନ କୋର୍ଟ ପରିଦର୍ଶନ କରିବା ସହ ନିରୀକ୍ଷଣ କରିଥିଲେ। ଏହି ଅବସରରେ ନୂଆପଡ଼ା ଜିଲ୍ଲା ଓକିଲ ସଂଘ ସଭାଗୃହରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଦୌରାଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ସହ ବାର୍‌ ସଂଘ ସଦସ୍ୟ ଉପସ୍ଥିତ ଥିଲେ। ପରେ ଶ୍ରୀ ଶତପଥୀ ଓକିଲମାନଙ୍କ ସହ ବିଭିନ୍ନ ସମସ୍ୟା ​ନେଇ ଆଲୋଚନା କରିଥିଲେ।

ଏହି ଆଲୋଚନା ସମୟରେ ନୂଆପଡ଼ା ଓକିଲ ସଂଘ ସଭାପତି ପ୍ରସନ୍ନ ପାଢ଼ୀ, ଉପସଭାପତି ପପୁ ସ୍ବାଇଁ, ସମ୍ପାଦକ ଅଶ୍ବିନୀ ବାଗ, ବରିଷ୍ଠ ଆଇନଜୀବୀ ମୁରଲୀଧର ପଣ୍ଡା, ରମେଶ ଭୋଇ, ପ୍ରସନ୍ନ ପାହାପାତ୍ର, ସିଭିଲ୍ ବାର ସଂଘ ସମ୍ପାଦକ ବିଶ୍ବମଣୀ ପାଣିଗ୍ରାହୀ, ସିତୁ ବୋଧନଙ୍କର, ଯୁଧିଷ୍ଠିର ମେହେର, ସଞ୍ଜୟ ମହାହୁତ, ଦିଲ୍ଲୀପ ହୋତା, ପ୍ରଶାନ୍ତ ପାଢ଼ୀ, ହୃଷିକେଶ ବିଶ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe