କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା: ରାଜ୍ୟ ସରକାର ଓ ସିବିଆଇକୁ ହାଇକୋର୍ଟଙ୍କ ନୋଟିସ୍‌ ଜାରି

Advertisment
ନୂଆପଡା, ଅତାବିରା, ହିନ୍ଦୋଳ ଏନ୍‌ଏସି ନିର୍ବାଚନ ମାମଲା : ପୂର୍ଣ୍ଣାଙ୍ଗ ଶୁଣାଣି ଏପ୍ରିଲ ୫ରେ; ରହିତାଦେଶ ଜାରି

ଭୁବନେଶ୍ୱର: ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା ନେଇ ହାଇକୋର୍ଟ ବୁଧବାର ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣାର ତଦନ୍ତ ରିପୋର୍ଟ ଆଗାମୀ ମେ’ ୩ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମାମଲାର ସିବିଆଇ ତଦନ୍ତ ପାଇଁ ପୀଡ଼ିତାଙ୍କ ଭାଇ ଓ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ କୋର୍ଟରେ ଆବେଦନ କରିଥିଲେ।

ପୀଡ଼ିତାଙ୍କ ଆବେଦନର ଶୁଣାଣି କରିବାକୁ ଯାଇ ନିର୍ଦ୍ଦେଶରେ ହାଇକୋର୍ଟ କହିଛନ୍ତି। ଖାରବେଳ ସ୍ୱାଇଁ ଆବେଦନ କରିଥିଲେ ଯେ, କୁନ୍ଦୁଲି ଘଟଣାର ଉପଯୁକ୍ତ ତଦନ୍ତ ହେଉ ନାହିଁ। ରାଜ୍ୟ ସରକାରଙ୍କ ତଦନ୍ତ ଉପରେ ପୀଡ଼ିତାଙ୍କ ପରିବାର ଲୋକଙ୍କର ଭରସା ନାହିଁ। ତେଣୁ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ। ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ସରଣ ଓ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍କୀଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଗୃହ ସଚିବ, ପୁଲିସ ଡିଜି, କୋରାପୁଟ ଏସ୍‌ପି ଓ ସିବିଆଇଙ୍କୁ ନୋଟିସ ଜାରି କରିଛନ୍ତି। ଏଥି ସହିତ ତଦନ୍ତ ରିପୋର୍ଟକୁ ଆଗାମୀ ମେ ମାସ ୩ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ କୁନ୍ଦୁଲି ଅଭିଯୋଗ ଘଟଣା ୬ ମାସ ଓ ଆତ୍ମହତ୍ୟା କରିବାର ଅଢେଇ ମାସ ବିତିଛି। କିନ୍ତୁ ଦୁଃଖର ବିଷୟରେ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରା ପଡ଼ି ନାହାନ୍ତି। ପଟାଙ୍ଗୀ ପୁଲିସ, କ୍ରାଇମବ୍ରାଞ୍ଚ, ଏସ୍‌ଆଇଟି, ଏଚ୍‌ଆରପିସି, ରାଜ୍ୟ ମହିଳା କମିସନ, ଓଏଚଆରସି, ଜାତୀୟ ମାନବାଧିକାର କମିସନ ଓ ଜାତୀୟ ଅନୁସୂଚିତ ଜାତି କମିସନ ଘଟଣାର ତଦନ୍ତ କରୁଥିଲେ ମଧ୍ୟ କିଛି ଫଳ ମିଳି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe