ତପସ୍ବିନୀ-ସୁମିତ୍‌ ମାମଲା: ଭରଣପୋଷଣ ନେଇ ତଳ କୋର୍ଟଙ୍କ ନିର୍ଦ୍ଦେଶକୁ କାଏମ୍‌ ରଖିଲେ ହାଇକୋର୍ଟ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ: ବ୍ରହ୍ମପୁରର ବହୁଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତ୍‌ ସାହୁଙ୍କ ବିବାହ ବିବାଦ ମାମଲାରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ହାଇକୋର୍ଟ ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ହାଇକୋର୍ଟ ପ୍ରତି ମାସ ୧୦ତାରିଖ ସୁଦ୍ଧା ତପସ୍ବିନୀଙ୍କୁ ମାସିକ ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ତେବେ ହୋଇକୋର୍ଟରେ ତଳ କୋର୍ଟଙ୍କ ରାୟ କାଏମ୍‌ ରହିବା ପରେ ସୁମିତ୍‌ଙ୍କୁ ତପସ୍ବିନୀଙ୍କ ଭରଣପୋଷଣ ପାଇଁ ପ୍ରତିମାସ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ହେବ। ସୂଚନାଯୋଗ୍ୟ, ତପସ୍ବିନୀଙ୍କୁ ପ୍ରତିମାସ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ଡାକ୍ତର ସୁମିତ୍‌ଙ୍କୁ ନିର୍ଦ୍ଦେଶ ଥିଲା।

publive-image

ସୂଚନାଯୋଗ୍ୟ, ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘରେ ତପସ୍ବିନୀ ରହି ପାରିବେ ବୋଲି ଜିଲ୍ଲା ଜଜ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଓ ମହିଳା ସୁରକ୍ଷା ଅଧିକାରୀ ଏ ସମ୍ପର୍କରେ ତପସ୍ବିନୀ ଶ୍ବଶୁର ପ୍ରମୋଦ ସାହୁଙ୍କ ସହିତ ଆଲୋଚନା କରିଥିଲେ। ପର୍ଯ୍ୟାୟ କ୍ରମେ ଆଲୋଚନା ପରେ ତପସ୍ବିନୀଙ୍କ ପାଇଁ ଉପର ମହଲା ଘର ଠିକ୍ କରାଯାଇଥିଲା।  ଶ୍ବଶୁର ପ୍ରମୋଦ ସାହୁଙ୍କ ଉପସ୍ଥିତିରେ ଉପର ମହଲରେ ଥିବା ବେଡ ରୁମ୍, ରୋଷେଇ ଘର ଓ ପୂଜାଘର ପ୍ରଭୃତି ସଫା କରାଯାଇଥିଲା। ରାତିରେ ସ୍ଥାନୀୟ ତହସିଲଦାର, ଦୁଇ ପକ୍ଷ ଓକିଲ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ତପସ୍ବିନୀ ଶ୍ବଶୁର ଘରକୁ ପ୍ରବେଶ କରିଥିଲେ। ତେବେ, ଏହାପୂର୍ବରୁ ଜିଲ୍ଲାଜଜ୍ ଶ୍ବଶୁରଙ୍କ ଘରେ ରହିବା ପାଇଁ ଅନୁମତି ଦେଇନଥିବା ଡା. ସୁମିତଙ୍କ ଓକିଲ ପ୍ରଦୀପ ବେହେରା କହିବା ପରେ ପୁଣିଥରେ ବିବାଦ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe