ଦୀନବନ୍ଧୁଙ୍କ ଆତ୍ମଦାହ ମାମଲାରେ ଜାମିନ ବାତିଲ ପ୍ରସଙ୍ଗ: କୁଳପତିଙ୍କୁ ହାଇକୋର୍ଟ ନୋଟିସ୍

Advertisment
ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି: ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

Image Courtesy of The New Indian Express

କଟକ : ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ର‌‌‌ଫେସର ଡକ୍ଟର ସଂଜୀବ ମିତ୍ତଲଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। କାହିଁକି ତାଙ୍କୁ ପ୍ରଦାନ କରାଯାଇଥିବା ଆଗୁଆ ଜାମିନ ବାତିଲ କରା ନ ଯିବ‌ ସେ ନେଇ ପ୍ରଫେସର ମିତ୍ତଲ ପରବର୍ତ୍ତୀ ଶୁଣାଣି ସମୟରେ ଜବାବ ରଖିବେ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୫କୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଷେକ ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣା ନେଇ ବୁର୍ଲା ଥାନାରେ ରୁଜୁ ମାମଲାରେ କୁଳପତି ପ୍ର‌‌‌ଫେସର ଡକ୍ଟର ସଂଜୀବ ମିତ୍ତଲଙ୍କୁ ହାଇକୋର୍ଟ ୨୦୨୧, ଜୁଲାଇ ୨ରେ ଆଗୁଆ ଜାମିନ ପ୍ରଦାନ କରିଥିଲେ। ଜାମିନ ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ତ୍ତ ପ୍ରଫେସର ମିତ୍ତଲ ଉଲ୍ଲଂଘନ କରିଛନ୍ତି ବୋଲି ଦର୍ଶାଇ ଦୀନବନ୍ଧୁଙ୍କ ପୁଅ ଅଭିଷେକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜାମିନ ସର୍ତ୍ତ ପାଳନ କରିବାରେ ଅବହେଳା ପାଇଁ ପ୍ରଫେସର ମିତ୍ତଲଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଜାମିନ ବାତିଲ କରାଯାଉ ବୋଲି ଶ୍ରୀ ମିଶ୍ରଙ୍କ ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ସରକାର ଓ କୁଳପତିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଅଭିଷେକଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ଓ ଲକ୍ଷ୍ମୀନାରାୟଣ ପଟେଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe