ରିଅଲ ଇଷ୍ଟେଟ ରେଗୁଲେଟୋରି ଅଥରିଟିରେ ଭିଡିଓ କନଫରେନ୍ସିଂ ଶୁଣାଣି : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

Advertisment
ସୂଚନା ଅଧିକାର ଆଇନ: ଅନ୍‌ଲାଇନ ଦରଖାସ୍ତର ହାର୍ଡ କପି ଦାଖଲ ଅନାବଶ୍ୟକ

New Indian Express

କଟକ : ଓଡ଼ିଶା ରିଅଲ ଇଷ୍ଟେଟ ରେଗୁଲେଟୋରି ଅଥରିଟିରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି ବ୍ୟବସ୍ଥା ପ୍ରସଂଗ ନେଇ ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୮ ତାରିଖକୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଇନଜୀବୀ ମୋହିତ ଅଗ୍ରୱାଲଙ୍କ ଆବେଦନରେ ଦର୍ଶାଇଛନ୍ତିମାମଲାର ବିବରଣୀରୁ ପ୍ରକାଶ ଯେ କରୋନା ମହାମାରୀ ସ୍ଥିତିରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା (ଭର୍ଚୁଆଲ୍ ମୋଡ୍)ରେ ମାମଲା ଶୁଣାଣି ପାଇଁ ୨୦୨୦ରେ ହାଇକୋର୍ଟ ସ୍ବତନ୍ତ୍ର ନିୟମାବଳୀ ଜାରି କରିଥିଲେ। କିନ୍ତୁ ଭୁବନେଶ୍ବର ସତ୍ୟନଗରସ୍ଥିତ ତୋଶାଳି ଭବନରେ ଥିବା ରିଅଲ ଇଷ୍ଟେଟ ରେଗୁଲେଟୋରି ଅଥରିଟିରେ ମାମଲା ଶୁଣାଣି ସମୟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯାଉ ନାହିଁ। ଫଳରେ, ମାମଲା ଶୁଣାଣିରେ ଅଂଶଗ୍ରହଣ କରିବାକୁ ଆବେଦନକାରୀଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ପଡୁଛି।

ଏଭଳି ସ୍ଥିତି‌ରେ ଆବେଦନକାରୀ ଓ ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବାବେଳେ ରିଅଲ ଇଷ୍ଟେଟ ରେଗୁଲେଟୋରି ଅଥରିଟିରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe