ଫାୟାରମ୍ୟାନ୍ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment

ଫାୟାରମ୍ୟାନ୍‌ ପଦରେ ନିଯୁକ୍ତି ପ୍ରସଙ୍ଗରେ ଗୃହରକ୍ଷୀଙ୍କୁ ନ୍ୟାୟ ମିଳିଛି। ମୋଟ ପଦବିର ୧୦ ପ୍ରତିଶତ ଗୃହରକ୍ଷୀ ଭାବେ କାର୍ଯ୍ୟରତ ପ୍ରାର୍ଥୀଙ୍କ ଦ୍ବାରା ପୂରଣ କରାଯିବ। ଡକ୍ଟର ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ସମୟରେ ସରକାରଙ୍କ...

ଫାୟାରମ୍ୟାନ୍‌ ପଦରେ ନିଯୁକ୍ତି ପ୍ରସଙ୍ଗରେ ଗୃହରକ୍ଷୀଙ୍କୁ ନ୍ୟାୟ ମିଳିଛି। ମୋଟ ପଦବିର ୧୦ ପ୍ରତିଶତ ଗୃହରକ୍ଷୀ ଭାବେ କାର୍ଯ୍ୟରତ ପ୍ରାର୍ଥୀଙ୍କ ଦ୍ବାରା ପୂରଣ କରାଯିବ। ଡକ୍ଟର ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ସମୟରେ ସରକାରଙ୍କ...

fdfhfhth

କଟକ: ଫାୟାରମ୍ୟାନ୍‌ ପଦରେ ନିଯୁକ୍ତି ପ୍ରସଙ୍ଗରେ ଗୃହରକ୍ଷୀଙ୍କୁ ନ୍ୟାୟ ମିଳିଛି। ମୋଟ ପଦବିର ୧୦ ପ୍ରତିଶତ ଗୃହରକ୍ଷୀ ଭାବେ କାର୍ଯ୍ୟରତ ପ୍ରାର୍ଥୀଙ୍କ ଦ୍ବାରା ପୂରଣ କରାଯିବ। ଡକ୍ଟର ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦାଖଲ ଅତିରିକ୍ତ ସତ୍ୟପାଠରେ ଦର୍ଶାଯାଇଛି ଯେ ଗୃହରକ୍ଷୀଙ୍କୁ ୧୦ ପ୍ରତିଶତ ପଦରେ ନିଯୁକ୍ତି କରାଯାଇ ସାନି ମେଧା ତାଲିକା ପ୍ରସ୍ତୁତ କରାଯାଇଛି । ପ୍ରସ୍ତୁତ ସାନି ମେଧା ତାଲିକାକୁ ଏକ ମୁଦା ଲଫାପାରେ ଆଡ୍‌ଭୋକେଟ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ ହାଇକୋର୍ଟରେ ଦାଖଲ କରିଥିଲେ। ଆଡ୍‌ଭୋକେଟ ଜେନେରାଲ ଓଡ଼ିଶା ଫାୟାର ସର୍ଭିସ (ମେଥଡ ଅଫ୍ ରିକ୍ରୁଟମେଣ୍ଟ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ ଅଫ ଦି ଗ୍ରୁପ୍-ସି ଅଫିସର୍‌ସ) ନିୟମାବଳୀ, ୨୦୨୧ର ନିୟମ ୪ ଓ ୫ ପ୍ରସଂଗରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କଡ଼ାକଡ଼ି ନିୟମ ପାଳନ କରାଯାଇ ସାନି ଚୟନ ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଦର୍ଶାଇଥିଲେ।  ଗୃହରକ୍ଷୀ ବର୍ଗ ପାଇଁ ଚିହ୍ନିତ ୧୦ ପ୍ରତିଶତ ପଦ ପୂରଣ ପାଇଁ ନିୟମ ଅନୁସାରେ ପଦକ୍ଷେପ ନିଆଯାଇଛି ଓ ଅଧିକାଂଶ ଆବେଦନକାରୀଙ୍କ ଅଭିଯୋଗ ସମାଧାନ ହୋଇ ସାରିଛି ବୋଲି ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା।

ହାଇକୋର୍ଟ ଆବେଦନକାରୀ ଓ ସରକାରଙ୍କ ଯୁକ୍ତି ସହିତ  ସାନି ଚୟନ ତାଲିକାକୁ ବିଚାରକୁ ନେଇ ମାମଲାଗୁଡ଼ିକର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଦା ଲଫାପାରେ ଦାଖଲ ସଂଶୋଧିତ/ପୁଣିଥରେ ପ୍ରସ୍ତୁତ କରାଯାଇଥିବା ଚୟନ ତାଲିକାକୁ ଆଧାର କରି ଚୟନ ପ୍ରକ୍ରିୟାକୁ ଶେଷ କରିବା ସହିତ ପଦ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ ପୂର୍ବରୁ ଜାରି ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ ଉଠାଇବାକୁ ହାଇକୋର୍ଟ କହିଛନ୍ତି। ଅଗ୍ନିଶମ ସେବା ଏକ ଜରୁରୀ ସେବା। ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଜନସ୍ବାର୍ଥକୁ ହାନି ପହଞ୍ଚାଇବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।  ମାମଲାର ବିବରଣୀରୁ ପ୍ରକାଶ ଯେ ୮୨୬ ଫାୟରମ୍ୟାନ ଓ ୧୧୫ଟି ଫାୟାର ଡ୍ରାଇଭର ପଦ ପୂରଣ ପାଇଁ ୨୦୨୩, ଅଗଷ୍ଟ ୨୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୋଟ ପଦବିର ୧୦ ପ୍ରତିଶତ ଗୃହରକ୍ଷୀ ଭାବେ କାର୍ଯ୍ୟରତ ପ୍ରାର୍ଥୀଙ୍କ ଦ୍ବାରା ପୂରଣ କରାଯିବା କଥା। କିନ୍ତୁ ଚୟନ ତାଲିକାରେ ମାତ୍ର ୨୯ଜଣ ଗୃହରକ୍ଷୀ ସ୍ଥାନ ପାଇଥିଲେ।  ଅବଶିଷ୍ଟ ୫୪ଟି ପଦବିରେ ଗୃହରକ୍ଷୀ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଆବେଦନକାରୀ ଦାବି କରିଥିଲେ। ଗୃହରକ୍ଷୀଙ୍କ ପାଇଁ ସଂରକ୍ଷିତ ପଦବିରେ ଅନ୍ୟ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ୨୦୨୧ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ ପୃଥକ ମାମଲା ଦାୟର ହୋଇଥିଲା। ୨୦୨୪, ଜାନୁଆରି ୩୧ ଓ ଫେବ୍ରୁଆରି ୨ରେ ହାଇକୋର୍ଟ ଏହି ମାମଲା ଗୁଡ଼ିକର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଆଇନଜୀବୀ ରାଜୀବ ରଥ ଓ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe