ଆରେଷ୍ଟ ଜାହାଜକୁ ମୁକ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
କନଷ୍ଟେବଳ ପଦରେ ଗୃହରକ୍ଷୀଙ୍କ ନିଯୁକ୍ତି ପ୍ରସଂଗ: କଟ୍-ଅଫ୍ ମାର୍କ ବ୍ୟବସ୍ଥାକୁ ବିରୋଧ, ହାଇକୋର୍ଟଙ୍କ ଜବାବ ତଲବ

Live Law

କଟକ/ଜଗତସିଂହପୁର ଟାଉନ : ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆରେଷ୍ଟ କରାଯାଇଥିବା ଜାହାଜକୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏମ୍‌ଭି ମେରାଇନ ହର୍ଣ୍ଣବିଲ (ଆଇଏମଓ ନମ୍ବର ୯୫୯୪୩୬୫) ଜାହାଜକୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଅଗଷ୍ଟ ୧୭ରେ ପାରାଦୀପ ବନ୍ଦରରେ ଏମଭି ମେରାଇନ ହର୍ଣ୍ଣବିଲ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଆରେଷ୍ଟ କରାଯାଇଥିବା ଜାହାଜକୁ ମୁକ୍ତ କରିବାକୁ ଏକ ଅନ୍ତରୀଣ ପିଟିସନ ଦାଖଲ କରାଯାଇଥିଲା। ଏଥିସହିତ ଜାହାଜକୁ ମୁକ୍ତ ପାଇଁ ସିକ୍ୟୁରିଟି ବାବଦରେ ୨୧, ୧୩୬, ୪୮୭ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ପ୍ରତିପକ୍ଷଙ୍କ ତରଫରୁ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏହି ଅର୍ଥକୁ ଏକ ଜାତୀୟକରଣ ବ୍ୟାଙ୍କରେ ଜମା ରଖିବାକୁ ହାଇକୋର୍ଟ କହିଛନ୍ତି। ଏଥିସହିତ ଏମଭି ମେରାଇନ ହର୍ଣ୍ଣବିଲ (ଆଇଏମଓ ନମ୍ବର ୯୫୯୪୩୬୫) ଜାହାଜକୁ ମୁକ୍ତ କରିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ୟାବସାୟିକ ବିବା‌ଦକୁ ନେଇ କକେଟ ମେରାଇନ ଅଏଲ (ଏସିଆ) ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଏମଭି ମେରାଇନ ହର୍ଣ୍ଣବିଲ ଜାହାଜକୁ ଗିରଫ କରିବାକୁ ଅଗଷ୍ଟ ୧୭ରେ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏମଭି ମେରାଇନ ହର୍ଣ୍ଣବିଲ ଅଗଷ୍ଟ ୧୮ରେ ପରାଦୀପ ବନ୍ଦର ଛାଡିବ। ତେଣୁ ତୁରନ୍ତ ଜାହାଜ ଆରେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଉ। ୨,୬୭,୨୨୦ ଆମେରିକୀୟ ଡଲାର ଦାବି କରି କକେଟ ମେରାଇନ ଅଏଲ (ଏସିଆ) ପକ୍ଷରୁ ଏମଭି ମେରାଇନ ହର୍ଣ୍ଣବିଲ ବିରୋଧରେ ଏହି ମାମଲା ହାଇକୋର୍ଟରେ ଦାୟର କରାଯାଇଥିଲା। ଏମଭି ମେରାଇନ ହର୍ଣ୍ଣବିଲ ପାନାମାର ଜାହାଜ ଓ ଏହା ପାରାଦୀପ ବନ୍ଦରରେ ଥିବା ବେଳେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବି.ଏନ.ମହାନ୍ତି, ଆଶୁତୋଷ ମହାନ୍ତି ଓ ଦିବ୍ୟଆନନ୍ଦ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe