ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଜାମିନ୍‌ରେ ଯାଇ ନପାରିବା ମାମଲା: ବେଲ୍‌ ବଣ୍ଡ୍‌ ଗ୍ରହଣ ପାଇଁ ଦୌରାଜଜ୍‌ଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଜାମିନ ମଞ୍ଜୁର ପରେ ମଧ୍ୟ ଅଭିଯୁକ୍ତ ଜେଲ୍‌ରେ ରହିବା ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ବ୍ୟକ୍ତିର ସ୍ବାଧୀନତାକୁ ଏଭଳି ଭାବେ କାଟଛାଣ୍ଟ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିବା ସହିତ ଅଭିଯୁକ୍ତଙ୍କ ବେଲ୍‌ ବଣ୍ଡ୍‌ ଗ୍ରହଣ କରିବାକୁ ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସ.ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ କେ.ସି.ପରିଡ଼ାଙ୍କ ଆବେଦନର ଶୁଣାଣି କରିବା ସହିତ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଟାଙ୍ଗୀ ଥାନା ପକ୍ଷରୁ ପୃଥକ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ତିନି ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ଅଦାଲତ ଅକ୍ଟୋବର ୨୧ରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ସେହିଦିନ ସ୍ଥାନୀୟ ବାର୍ ଆସୋସିଏସନ ବୈଠକରେ ଟାଙ୍ଗୀ ଜେଏମ୍‌ଏଫ୍‌ସି ଅଦାଲତକୁ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଭଳି ସ୍ଥିତିରେ ତିନି ଅଭିଯୁକ୍ତଙ୍କ ତରଫରୁ ଜାମିନରେ ଛାଡ଼ପାଇବା ପାଇଁ ଆବଶ୍ୟକ ବେଲ୍‌ ବଣ୍ଡ୍‌ ଦାଖଲ କରାଯାଇ ପାରି ନଥିଲା। ଏ ନେଇ ଅଭିଯୁକ୍ତଙ୍କ ସଂପର୍କୀୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe