ବେଆଇନ ପଥର ଖନନ ଅଭିଯୋଗର ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ଉତ୍କଳ-ଇ ପାଇଁ ନାଲ୍‌କୋକୁ ମିଳିଲା ଖଣି ଲିଜ୍

Odisha Sun Times

କଟକ : ବୀରମିତ୍ରପୁର ତହସିଲ ଅଞ୍ଚଳରେ ବେଆଇନ ପଥର ଖନନ ଅଭ‌ିଯୋଗର ତଦନ୍ତ କରିବେ ସୁନ୍ଦରଗଡ଼ ଜିଲ୍ଲାପାଳ। ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରାଯିବ। ଯଦି କୌଣସି ବ୍ୟକ୍ତି ପଥର ଖାଦାନ ନିଲାମ ନେଇଥା'ନ୍ତି ତେବେ ତାଙ୍କୁ ଜିଲ୍ଲାପାଳ ପକ୍ଷ ରଖିବାକୁ ସୁଯୋଗ ଦେବେ। ବେଆଇନ କାର୍ଯ୍ୟ ନେଇ ତଦନ୍ତରୁ ଯଦି ସ୍ପଷ୍ଟ ହୁଏ ତେବେ ଜିଲ୍ଲାପାଳ ତୁରନ୍ତ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏ ସମସ୍ତ ପ୍ରକ୍ରିୟା ୩ ମାସ ଭିତରେ ଶେଷ ହେବ। ଏଥିସହିତ ଅଭିଯୋଗ ଉପରେ ଜିଲ୍ଲାପାଳ ଗ୍ରହଣ କରିବାକୁ ଥିବା ପଦକ୍ଷେପ ସଂପର୍କରେ ଆବେଦନକାରୀଙ୍କୁ ଅବଗତ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲା‌ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ବୀରମିତ୍ରପୁର ତହସିଲ ଅନ୍ତର୍ଗତ ଆଦିବାସୀ ଗାଁ ଧାଙ୍ଗ୍ରି ନାଛାରେ ବେଆଇନ ଭାବେ ପଥର ଖନନ କରାଯିବା ନେଇ ଅଭିଯୋଗ ହୋଇଥିଲା। ଆବେଦନକାରୀ ଦର୍ଶାଇଛନ୍ତି ଯେ ପରିବେଶ ଅନୁମତି ନ ନେଇ ଓ ମାଇନିଂ ପ୍ଲାନ୍ ନ ଥାଇ ଏଭଳି ପଥର ଖନନ କରାଯାଉଥିବା ବେଳେ ଗ୍ରାମର ପରିବେଶ ପ୍ରଦୂଷିତ ହେଉଛି। ପ୍ରଶାସନିକ ନିଷ୍କ୍ରିୟତା ବିରୋଧରେ ସ୍ଥାନୀୟ ବାସିନ୍ଦା କ୍ରିପା ଲୁଗୁନ ଓ ଅନ୍ୟ ୪ଜଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ରାଜ୍ୟ ସରକାର, ସୁନ୍ଦରଗଡ ଜିଲ୍ଲାପଳ, ଏସପି, ବୀରମିତ୍ରପୁର ତହସିଲଦାର, ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe